ୟୁକ୍ରେନକୁ ମହାକାଶରୁ ସାହାଯ୍ୟ ପଠାଇଲେ ଏଲୋନ୍ ମସ୍କ

କିଭ୍‍ ,୨୭।୦୨ :ଚାଲିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ । ଆଜି ଚତୁର୍ଥ ଦିନରେ ପହଞ୍ଚିଛି ଯୁଦ୍ଧ । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷୀୟ ସାଇବର ଆକ୍ରମଣରେ ୟୁକ୍ରେନ୍‌ର ଅନେକ ସହରରେ ଇଣ୍ଟରନେଟ୍ ସେବା ପ୍ରାୟ ବନ୍ଦ ହୋଇଯାଇଛି। ଏହା ପରେ ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଏଲନ୍ ମସ୍କଙ୍କୁ ସହାୟତା ମାଗିଥିଲେ। ଏହାର ଉତ୍ତରରେ ମସ୍କ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ଷ୍ଟାର୍‌ଲିଙ୍କ ଇଣ୍ଟରନେଟ୍ ସେବା ଏବେ ୟୁକ୍ରେନ୍‌ରେ ସକ୍ରୀୟ ହୋଇଛି। ଷ୍ଟାର୍‌ଲିଙ୍କ୍ ହେଉଛି ବିଲିୟନର ଏଲନ୍ ମସ୍କଙ୍କ ସାଟେଲାଇଟ୍ ବ୍ରଡବ୍ରାଣ୍ଡ ସେବା।   ଦେଶର ଉପ-ପ୍ରଧାନମନ୍ତ୍ରୀ ତଥା ଡିଜିଟାଲ ଟ୍ରାନ୍ସଫର୍ମେସନ୍ ମନ୍ତ୍ରୀ ମାଇଖାଇଲୋ ଫେଡୋରୋଭ ରୁଷର ଆକ୍ରମଣକୁ ପ୍ରତିରୋଧ କରିବା ନେଇ ତାଙ୍କ ସହ ଆଲୋଚନା କରିଥିଲେ । ଉପଗ୍ରହ ଭିତ୍ତିକ ଯୋଗାଯୋଗ ଯୋଗାଇବାକୁ ଅନୁରୋଧ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଏଲନ୍ ମସ୍କ କହିଛନ୍ତି । ୟୁକ୍ରେନ୍ ଉପ-ପ୍ରଧାନମନ୍ତ୍ରୀ ମାୟଖାଇଲୋ ଫେଡୋରୋଭ ଏକ ଟ୍ୱିଟ୍ କରି ଏଲନ୍ ମସ୍କଙ୍କୁ ଅନୁରୋଧ କରି କହିଥିଲେ ଯେତେବେଳେ ଆପଣ ମଙ୍ଗଳ ଗ୍ରହରେ ଘର କରିବାକୁ ଚେଷ୍ଟା କରୁଛନ୍ତି – ଋଷ ୟୁକ୍ରେନକୁ ଦଖଲ କରିବାକୁ ଚେଷ୍ଟା କରୁଛି! ତୁମର ରକେଟ୍ ସଫଳତାର ସହିତ ମହାକାଶରୁ ଅବତରଣ କରୁଥିବାବେଳେ – ଋଷର ରକେଟ୍ ୟୁକ୍ରେନ୍ର ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରୁଛି। ଆମେ ଆପଣଙ୍କୁ ୟୁକ୍ରେନକୁ ଷ୍ଟାରଲିଙ୍କ୍ ଷ୍ଟେସନ୍ ଯୋଗାଇବା ପାଇଁ ଏବଂ ଋଷ ବିରୋଧରେ ଲଢିବାକୁ ସାହାଯ୍ୟ ମାଗୁଛୁ।

-Advertisement-
-Advertisement-