କିଭ ୨୨।୦୨: ୟୁକ୍ରେନ-ରୁଷ ବିବାଦ ଘନୀଭୂତ ହେବା ଏବଂ ଯୁଦ୍ଧ ଭଳି ସ୍ଥିତି ଉପୁଜିବା ପରେ ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ଅଭିଯାନ ଆରମ୍ଭ କରି ଦେଇଛି। ମଙ୍ଗଳବାର ଏୟାର ଇଣ୍ଡିଆର ବିମାନ AI1946 କିଭରୁ ଉଡାଣ ଭରିଛି। ସୂଚନା ଅନୁଯାୟୀ, ବିମାନ ଦିଲ୍ଲୀରେ ରାତି ୧୦ଟା ୧୫ ମିନିଟରେ ଅବତରଣ କରିବ। ବିମାନରେ ୟୁକ୍ରେନରୁ ୨୪୨ ଭାରତୀୟଙ୍କୁ ଅଣାଯାଉଛି।ୟୁକ୍ରେନ ପାଇଁ ଏୟାର ଇଣ୍ଡିଆର ବିମାନ ଆଜି ସକାଳ ୭ ଟା୩୦ରୁ ପ୍ରଥମ ଉଡାଣ ଭରିଥିଲା। ଏଥିରେ ବିମାନର ପୂର୍ଣ୍ଣ କ୍ଷମତା ୨୪୨ ଜଣଙ୍କ ସହ ବିମାନ ଭାରତ ଫେରୁଛି। ବିମାନ ଆଜି ରାତି ୧୦ଟା ୧୫ରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବ। ଏହା ପରେ ଫେବୃଆରୀ ୨୪ ଏବଂ ଫେବୃଆରୀ ୨୬ରେ ମଧ୍ୟ ଏୟାର ଇଣ୍ଡିଆର ବିମାନ ୟୁକ୍ରେନରେ ଫସିଥିବା ଲୋକଙ୍କୁ ଆଣିବା ପାଇଁ ଯିବ।
-Advertisement-
-Advertisement-