ୟୁକ୍ରେନୀୟ ନାଗରିକଙ୍କୁ ସ୍ୱଦେଶ ଫେରିଆସିବାକୁ ଅପିଲ କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି

ନୂଆଦିଲ୍ଲୀ,  ୦୫।୦୩:    ଋଷ-ୟୁକ୍ରେନ୍ ଯୁଦ୍ଧ ଆଜି ଦଶମ ଦିନରେ ବି ଜାରି ରହିଛି  । ୟୁକ୍ରେନ୍ ଉପରେ ଋଷର ଘନ ଘନ ଆକ୍ରମଣ ଫଳରେ    ୧୦ ଲକ୍ଷରୁ ଉର୍ଦ୍ଧ୍ୱ ୟୁକ୍ରେନୀୟ ନାଗରିକ ଦେଶଛାଡି ପଳାୟନ କରିଛନ୍ତି । ଆଜି ସେହି ନାଗରିକ ମାନଙ୍କୁ ପୁଣି ସ୍ୱଦେଶ ଫେରି ଆସିବାକୁ ଅପିଲ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ଜାରି କରି ଜେଲେନସ୍କି କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ, ଆମେ ଖୁବ୍ ଶୀଘ୍ର ଆମ ନାଗରିକଙ୍କୁ ନିଜ ଦେଶକୁ ଫେରିଆସିବା ପାଇଁ କହିବୁ । ଯେଉଁ ନାଗରିକମାନେ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଏବଂ ଅନ୍ୟ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ଫେରି ଆସିବା ପାଇଁ କହିବୁ । ଏବେ ୟୁକ୍ରେନ୍‌ରେ ସ୍ଥିତି ସ୍ୱାଭାବିକ୍ ହେଉଛି ତେଣୁ ଆପଣ ମାନେ ଯେଉଁଠି ବି ଅଛନ୍ତି ଖୁବ୍‌ଶୀଘ୍ର ୟୁକ୍ରେନ୍ ଫେରିଆସନ୍ତୁ । ଏଠାରେ ଆଉ ଆପଣମାନଙ୍କ ପାଇଁ ବିପଦ ନାହିଁ ବୋଲି ଜେଲେନସ୍କି ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ।

-Advertisement-
-Advertisement-