କିୱ,୨୨/୨:କରୁଛନ୍ତି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲୁଥିବା ବିବାଦ ବହୁତ ଆଗକୁ ବଢ଼ି ଯାଇଛି। ଏମିତି ଆଶଙ୍କା କରାଯାଉଛି କି ରୁଷ୍ ଯେକୌଣସି ସମୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ। ଏହି ସଙ୍କଟ ଉପରେ ସାରା ବିଶ୍ୱର ନେତା ଓ ଲୋକଙ୍କ ନଜର ରହିଛି । ୟୁକ୍ରେନ୍ରେ ରିପୋର୍ଟିଂ କରୁଛନ୍ତି ଫିଲିପ କ୍ରୋଥର। ଆଶ୍ଚର୍ଯ୍ୟକର କଥା ସେ ୬ଟି ଭାଷାରେ ରିପୋର୍ଟିଂ କରୁଛନ୍ତି। ଡେଲି ମେଲ୍ର ଏକ ଅନଲାଇନ୍ ରିପୋର୍ଟ ମୁତାବିକ , ଫିଲିପ୍ ଦ ଏସୋସିଏଟେଡ୍ ପ୍ରେସ ଗ୍ଲୋବଲ ମିଡ଼ିଆ ସର୍ଭିସେସ ସହ ଜଡି଼ତ । ସେ ଏହି ସମୟରେ ୟୁକ୍ରେନର ରାଜଧାନୀ କିୱରେ ଅଛନ୍ତି ଏବଂ ସେଠାରୁ ଅନ୍ୟ ମିଡ଼ିଆ ସର୍ଭିସେସ୍ ପାଇଁ ମଧ୍ୟ ରିପୋର୍ଟିଂ କରୁଛନ୍ତି । ସବୁଠୁ ଖାସ୍ କଥା ଏହା କି ନିଜର ଭାଇରାଲ ଭିଡ଼ିଓରେ ଫିଲିପ ଭିନ୍ନ ଭିନ୍ନ ୬ଟି ଭାଷାରେ ସୁନ୍ଦର ରିପୋର୍ଟିଂ କରୁଛନ୍ତି । ଫିଲିପ୍ କ୍ରୋଥର ଇଂରାଜୀ, ଲକ୍ଜମବର୍ଗ , ସ୍ପାନିଶ୍ , ପର୍ତ୍ତୃଗିଜ୍ , ଫ୍ରେଞ୍ଚ୍ ଓ ଜର୍ମାନ ସମେତ ୬ ଭାଷାରେ ଧାରା ବିବରଣୀ ଦେଉଛନ୍ତି । ନିଜର ଅଫିସିଆଲି ଟ୍ୱିଟର ହ୍ୟାଣ୍ଡଲରେ ଫିଲିପ କ୍ରୋଥର୬ଟି ଭାଷାରେ ନିଜର ରିପୋର୍ଟିଂର ଏକ ଭିଡ଼ିଓ ସେୟାର କରିଛନ୍ତି ।