ନୂଆଦିଲ୍ଲୀ,୨୨/୦୨: ୟୁକ୍ରେନ ସହିତ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଲାଣି । ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଦେଶକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ଘୋଷଣା କରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ବିଦ୍ରୋହୀମାନଙ୍କ ଦ୍ୱାରା ଅଧିକୃତ ଦୁଇଟି ପ୍ରଦେଶକୁ ସ୍ୱାଧୀନ ଦେଶ ଭାବରେ ମାନ୍ୟତା ଦେବା ପାଇଁ ଏକ ଆଇନ ସ୍ୱାକ୍ଷର କରିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନ୍ ଙ୍କର ପୂର୍ବ ୟୁକ୍ରେନର ଦୁଇ ସହର ଡୋନେତସ୍କ ଏବଂ ଲୁହାସ୍କକୁ ସ୍ୱତନ୍ତ୍ର ଅଞ୍ଚଳ ଘୋଷିତ କରିବା ନିଷ୍ପତ୍ତିକୁ ୟୁଏନ୍ ମହାସଚିବ ଏଣ୍ଟୋନିଆ ଗୁତେରସ୍ ସଂଯୁକ୍ତ ରାଷ୍ଟ୍ର ଚାର୍ଟର୍ ର ଉଲଂଘନ ବୋଲି ଦର୍ଶାଇଛନ୍ତି । ପୁଟିନ୍ ଙ୍କ ଘୋଷଣା ପରେ ଉତ୍ତେଜଦାମୂଳକ ପରିସ୍ଥିତିକୁ ଦୃଷ୍ଟି ରେ ରଖି ମିଳିତ ଜାରିସଂଘର ସୁରକ୍ଷା ପରିଷଦ ଜରୁରୀ କାଳୀନ ବୈଠକ ଡାକିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଜରୁରୀକାଳୀନ ବୈଠକ ଡକାଇବାକୁ ଆମେରିକା ଏବଂ ଫ୍ରାନ୍ସ ଆବେଦନ କରିଥିଲେ। ଏହି ବୈଠକ ଏକ ଖୋଲା ଅଧିବେଶନ ହେବାକୁ ଯାଉଛି । ଋଷର ପଦକ୍ଷେପକୁ ନେଇ ଭାରତ ମଧ୍ୟ ନିଜର ମତ ରଖିବ ।ରୁଷିଆର ପଦକ୍ଷେପକୁ ୟୁରୋପୀୟ ସଂଘ, ନାଟୋ ସହିତ ଆମେରିକା ମଧ୍ୟ ତୀବ୍ର ନିନ୍ଦା କରିଛି।
-Advertisement-
-Advertisement-