୧୬ ରେ ଗଜ ଉଦ୍ଧାରଣ ବେଶ ହେବେ ଶ୍ରୀଜଗନ୍ନାଥ

ପୁରୀ,୧୨/୦୨: ରତ୍ନସିଂହାସନରେ ଗଜ ଉଦ୍ଧାରଣ ବେଶରେ ହେବେ ଶ୍ରୀଜଗନ୍ନାଥ । ଚଳିତ ୧୬ ତାରିଖ ବୁଧବାର ପବିତ୍ର ମାଘ ପୂର୍ଣ୍ଣମୀ ଦିନ ଆକାଶ ମାର୍ଗରେ ପ୍ରଭୁ ଗରୁଡ଼ ପିଠିରେ ବସି ବରୁଣ ହ୍ରଦରେ ପ୍ରାଣରକ୍ଷା ପାଇଁ ପ୍ରାର୍ଥନା କରୁଥିବା ଗଜରାଜଙ୍କୁ ଉଦ୍ଧାର କରିବେ । ଠାକୁରଙ୍କ କୋଳରେ ଶୋଭା ପାଉଥିବେ ଲକ୍ଷ୍ମୀ ଠାକୁରାଣୀ । ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ଉଭା ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ପଦ୍ମ କଢ଼ ଧରି ଥିବେ । ମହାପ୍ରଭୁଙ୍କ ନିକଟରେ ହାତୀ ଦ୍ୱୟ ଓ କୁମ୍ଭୀର ରହିଥିବେ । ରତ୍ନସିଂହାସନ ବରୁଣ ହ୍ରଦର ଭ୍ରମ ସୃଷ୍ଟି କରୁଥିବାର ଦୁର୍ଲ୍ଲଭ ବେଶ ଅନୁଷ୍ଟିତ ହେବ । ବେଶ ସଂପୂର୍ଣ୍ଣ ପରେ ସନ୍ଧ୍ୟାଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ ଲାଗିବ । ଏହି ସମୟରେ ଠାକୁରଙ୍କ ସମ୍ମୁଖରେ ଶ୍ରଦ୍ଧା ଓ ଭକ୍ତି ଚିତରେ ଗଜେନ୍ଦ୍ର ସ୍ତୁତିଗାନ କରିବାର ବିଧି ରହିଛ।