୩ ଦିନିଆ ରିମାଣ୍ଡରେ ଶର୍ମିଷ୍ଠା-ଝୁନା

ଚାନ୍ଦବାଲି, ୦୩/୦୪:  କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମାଲାରେ ୨ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କ ପୁଣି ବଢିଲା ରିମାଣ୍ଡ ଅବଧୀ। ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବା ପରେ  ସେମାନଙ୍କୁ ଚାନ୍ଦବାଲି JMFCରେ ହାଜର କରାଯାଇଥିଲା। ଶର୍ମିଷ୍ଠା, ନିରଞ୍ଜନ, ଝୁନା ଓ ରଞ୍ଜନକୁ ଜେଏମ୍ଏଫସିରେ ହାଜର କରିଥିଲା। କ୍ରାଇମବ୍ରାଞ୍ଚ ହାଜର ବେଳେ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଅନୁରୋଧ କରିଥିଲାପୂର୍ବରୁ ଚାନ୍ଦବାଲି କୋର୍ଟରେ କ୍ରାଇମବ୍ରାଞ୍ଚ ୧୦ ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ଅନୁମତି ଦେଇଥିଲେ। ଗତକାଲି ପ୍ରଥମ ରିମାଣ୍ଡ ଅବଧି ସରିଥିବା ବେଳେ ଆଜି କୋର୍ଟରେ ୪ ଅଭିଯୁକ୍ତ ଶର୍ମିଷ୍ଠା,ଝୁନା, ନିରଞ୍ଜନ ଓ ରଞ୍ଜନକୁ ହାଜର କରିଥିଲା ପୁଲିସ୍। ତେବେ ପୁଣି ଜେଏମଏଫସି କୋର୍ଟରେ ଦୁଇ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। କୋର୍ଟ ଏହାର ବିଚାର କରି ଶର୍ମିଷ୍ଠା ଓ ଝୁନାଙ୍କୁ ପୁଣି ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। କ୍ରାଇମବ୍ରାଞ୍ଚ କୋର୍ଟରେ ପାଞ୍ଚଦିନ ରିମାଣ୍ଡ ମାଗିଥିବା ବେଳେ ଚାନ୍ଦବାଲି ଜେଏମଏଫସି କୋର୍ଟ ତିନିଦିନର ମହଲତ ଦେଇଥିଲେ।