ବ୍ରହ୍ମପୁର, ୦୨/୦୪:ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ରଙ୍କ ସଂଯୋଜନାରେ ୮୭ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇ ନିଜ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ,ଜନସାଧାରଣଙ୍କ ସେବା ଉଦେଶ୍ୟରେ ଓଡିଶା ପୁଲିସ ପ୍ରତିଷ୍ଠା ହୋଇଥିଲା । ସେବା ଯୋଗାଇବା ସହିତ ସମାଜରେ ନିରପେକ୍ଷତା ଏବଂ ସୁରକ୍ଷା ପ୍ରଦାନରେ ପୁଲିସ ବାହିନୀ ଗୁରୁ ଦାୟିତ୍ୱ ତୁଲାଉଛି । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ । ଜନସାଧାରଣଙ୍କ ସହଯୋଗରେ ପୁଲିସର ଦକ୍ଷତା ଓ ମନ ବଳ ବୃଦ୍ଧି ହୋଇଥାଏ । କାରଣ ପୁଲିସର ଦକ୍ଷତା ସର୍ବସାଧାରଣ ସହଯୋଗ ଉପରେ ନିର୍ଭର କରେ ।ଏଭଳି ଉଦବୋଧନ ଦେଇଛନ୍ତି । ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଆୟୋଜିତ ପ୍ୟାରେଡରେ ଦକ୍ଷିଣାଞ୍ଚଳ ଆଇଜି ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ୭ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚଳିତ ବର୍ଷ ବ୍ରହ୍ମପୁର ପୁଲିସ ଜିଲ୍ଲାର ଶ୍ରେଷ୍ଠ ଇନ୍ସପେକ୍ଟର ଭାବେ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କୁ(୨୦୧୯-ବ୍ୟାଚ୍) ବିବେଚିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ ସବ-ଇନ୍ସପେକ୍ଟର ବଳଭଦ୍ର ଗଣ୍ଡ (ଦିଗପହଣ୍ଡି ଥାନା, ୨୦୧୫-ବ୍ୟାଚ୍), ଶ୍ରେଷ୍ଠ ଆସିଷ୍ଟାଣ୍ଡ ସବ-ଇନ୍ସପେକ୍ଟର ଟୁନିମା ଦେବି ( ବୈଦ୍ୟନାଥପୁର ଥାନାର ୨୦୧୦-ବ୍ୟାଚ୍), ଶ୍ରେଷ୍ଠ ହାବିଲଦାର ଦୂତିକୃଷ୍ଣ ସେଠୀ (ଆରକ୍ଷୀ କାର୍ଯ୍ୟାଳୟ ୨୦୦୮-ବ୍ୟାଚ୍), ଶ୍ରେଷ୍ଠ ଓ.ଆର୍ କନେଷ୍ଟବଳ ତାରା ପ୍ରସାଦ ହୋତା (ବଡ ବଜାର ଥାନା,୧୯୯୫-ବ୍ୟାଚ୍), ଶ୍ରେଷ୍ଠ ଏ.ପି.ଆର୍.କନେଷ୍ଟବଳ ନରସିଂହ ସେଠୀ, (ଆରକ୍ଷୀ କାର୍ଯ୍ୟାଳୟ-୨୦୧୩), ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ଭାବେ ୨୦୧୩ ବ୍ୟାଚର କୁନି କୁମାରୀ ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯାଇଥିଲା । ବ୍ରହ୍ମପୁର ଜିଲ୍ଲା ପୋଲିସ ଦାୟିତ୍ୱ ଭାର ଓଡ଼ିଶା ପୁଲିସ ଉପରେ ଥିବା ବେଳେ ସେମାନଙ୍କ ଧନଜୀବନ ସୁରକ୍ଷା ନେଇ ଅଭିଭାଷଣ ରଖୁଲେ ଏବଂ ପୋଲିସ ବିଭାଗ ଗଠନର ମହତ୍ତ୍ବ ଏବଂ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ କହିବା ସହ ଲୋକଙ୍କ ହିତରେ କାମ କରି ବିଶ୍ବାସଭାଜନ ହେବା ପାଇଁ ଆଇଜି ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆଇଜି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତା ହେଉଛନ୍ତି ମାଲିକ। ଏହି ଭାବନା ନେଇ ପୁଲିସ କାର୍ଯ୍ୟ କରିବା ନିହାତି ଜରୁରୀ । ବୃତ୍ତିଗତ ଦକ୍ଷତା ସହ କାମ କରୁ ପୁଲିସ । ଏହି ଅବସରରେ ହାଇୱେ ପେଟ୍ରୋଲିଂ ଗାଡ଼ିର ଶୁଭଉଦଘାଟନ କରିଥିଲେ । ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ଏସପି ପିନାକ ମିଶ୍ର । ଆଜିର ଏହି ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଅତିରିକ୍ତ ଏସ୍.ପି ରମେଶ ଚନ୍ଦ୍ର ସେଠୀ,ଟାଉନ ଏସ ଡିପିଓ ବିଷ୍ଣୁ ପ୍ରସାଦ ପତି, ସଦର ଏସ ଡିପିଓ ଶିବ ଶଙ୍କର ମହାପାତ୍ର, ଟ୍ରାଫିକ ଡ଼ିଏସପି ସ୍ବରାଜ ଦେବତା, ଡିଏସପି ବିମଳକାନ୍ତ ନାୟକ, ରିଜର୍ଭ ଇନ୍ସପେକ୍ଟର ଦିଲୀପ କୁମାର ବେହେରା, ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୂର୍ମୁ, ଗୋଷାନିନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନ୍, ଟାଉନ୍ ଥାନା ଅଧିକାରୀ ସୁରେଶ ତ୍ରିପାଠୀ, ଗୋଲନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତି, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ଥ ଖମାରୀ, ଟ୍ରାଫିକ ଥାନା ଅଧିକାରୀ ସୁନୀଲ କୁମାର ବେହେର, ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ, ମେରାଇନ୍ ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାସ, ସାଇବର ଥାନା ଅଧିକାରୀ ଅଭିନାଶ ରେଡ଼ିଙ୍କ ସମେତ ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
-Advertisement-
-Advertisement-