ଭାରତ ମଧ୍ୟସ୍ଥତା କରୁ

ନୂଆଦିଲ୍ଲୀ ୦୧।୦୪:  ଭାରତ ଗସ୍ତରେ ଆସିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ଲାଭରୋଭ। ସେ କହିଛନ୍ତି, ୟୁକ୍ରେନ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରୁ। ଭାରତ ଏମିତି କଲେ ଆମର କୌଣସି ଆପତ୍ତି ନାହିଁ। କାରଣ ୟୁକ୍ରେନ ଲଢେଇରେ ଆରମ୍ଭରୁ ଭାରତର ଆଭିମୁଖ୍ୟ ନିରପେକ୍ଷ ରହିଛି ଏବଂ ଆମେରିକା ଚାପର ବଶବର୍ତ୍ତୀ ହୋଇ ନାହିଁ ବିଶ୍ଵର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ। ତେଣୁ ଭାରତ ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରି ପାରିବ। ଲାଭରୋଭ କହିଛନ୍ତି, ରୁଷ ଭାରତ ସହିତ କୌଣସି ପ୍ରକାରର ଯୋଗାଣ ପାଇଁ ପ୍ରତିବଦ୍ଧ। ରୁଷର ଅଶୋଧିତ ତୈଳ କ୍ରୟ ଉପରେ ଲାଭରୋଭ କହିଛନ୍ତି, ଯଦି ଭାରତ ରୁଷଠୁ କିଛି ବି କିଣିବାକୁ ଚାହୁଁଛି ତେବେ ଏହା ଉପରେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଶୁକ୍ରବାର ନୂଆଦିଲ୍ଲୀରେ ଭାରତ ନେତାଙ୍କ ସହିତ ବୈଠକ କରିଛନ୍ତି। ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ସହିତ ସମ୍ପର୍କ ନ ରଖିବାକୁ ସାରା ବିଶ୍ୱ ଭାରତ ଉପରେ ଚାପ ପକାଉଛି। ଆଉ ଏତିକି ବେଳେ ଆଜି ବୈଦେଶିକ ମନ୍ତ୍ରୀ ଏସ୍ ଜୟଙ୍କରଙ୍କୁ ଭେଟିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ। ଭାରତ ଋଷ ଠାରୁ ତେଲ କିଣିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଛି।  ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ହେବାକୁ ଈଚ୍ଛା ପ୍ରକାଶ କରିଛନ୍ତି ଋଷ ବେଦେଶିକ ମନ୍ତ୍ରୀ। ପୁଟିନ ତାଙ୍କୁ ଯେଉଁ ମେସଜ୍ ଦେଇଛନ୍ତି ତାହା ସେ କେବଳ ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ବାବେ ଦେବାକୁ ଚାହାଁନ୍ତି ବୋଲି ସର୍ଗେଇ ଲାବରୋବ କହିଛନ୍ତି। ଏନେଇ ସେ କହିଛନ୍ତି “ ରାଷ୍ଟ୍ରପତି ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ପରସ୍ପର ସହିତ ଆଲୋଚନା ଜାରି ରଖିଛନ୍ତି। ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ମୋ ଆଲୋଚନା ବିଷୟରେ ମଧ୍ୟ ଅବଗତ କରିବି। ପୁଟିନ ମୋଦୀଙ୍କୁ ନିଜ ସୈଳୀରେ ଏକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପୁଟିନଙ୍କ ବାର୍ତ୍ତା ଦେବାକୁ ଚାହୁଁଛି।”  

-Advertisement-

-Advertisement-