ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଲେ ଛାତ୍ରଛାତ୍ରୀ

ପୁରୀ, ତା. ୧୩/୦୨: ହେରିଟେଜ ରାଇଡରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଭଗବତୀ ବିଦ୍ୟାନିକେତନ, ବିନାୟକ ବିଦ୍ୟାମନ୍ଦିର ଏବଂ ସରସ୍ବତୀ ଶିଶୁବିଦ୍ୟାମନ୍ଦିର, ଘୋଡାବଜାରର ୪୦ ଜଣ ଛାତ୍ରଛାତ୍ରୀ ତିନୋଟି ଗଲ୍ଫକାର୍ଟ ମାଧ୍ୟମରେ ପୁରୀ ପୌରସଂସ୍ଥା, ଶଙ୍କରାଚାର୍ଯ୍ୟ ମଠ ଦେଇ ଗଙ୍ଗାମାତା ମଠ, ସିଦ୍ଧବକୁଳ ମଠ, ରାଧାକାନ୍ତ ମଠ, ବାଉଳି ମଠ, ତୋଟା ଗୋପିନାଥ ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ ।

-Advertisement-
Puri Image 2022 02 13 at 18.22.59

ବ୍ଲୁ ଫ୍ଲାଗ ବିଚରେ ସେମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି ।

Puri Image 2022 02 13 at 18.22.5

ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଗାଇଡ ଶିକ୍ଷକ ଭାବେ ଶ୍ରୀ ଲକ୍ଷୀଧର ମାଝୀ, ଶ୍ରୀ କାଳନ୍ଦୀ ଚରଣ ସାହୁ, ଗାଇଡ ଶ୍ରୀ ସିଦ୍ଧାର୍ଥ ଆଚାର୍ଯ୍ୟ, ଶ୍ରୀ ଶାନ୍ତି ରଞ୍ଜନ ମିଶ୍ର, ଶ୍ରୀ ସତ୍ୟବ୍ରତ ସାହୁ, ସୁଶ୍ରୀ ମଞ୍ଜୁଶ୍ରୀ ସେନ, ଶ୍ରୀ ପ୍ରମୋଦ ଆଚାର୍ଯ୍ୟ, ବେୟାରଫୁଟ ଅନୁଷ୍ଠ‍ନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

WhatsApp Image 2022 02 13 at 18.22.59
-Advertisement-