ପୁରୀ,୧୫।୦୨ – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ୧୩ଟି ପିଙ୍କ ବୁଥ ପ୍ରସ୍ତୁତ କରାଯାଇଛି । ଉକ୍ତ ମତଦାନ କେନ୍ଦ୍ରରେ ପ୍ରିଜାଇଡିଂ, ପୋଲିଂ ଏବଂ ସୁରକ୍ଷା କର୍ମୀ ଭାବେ କେବଳ ମହିଳା ଅଧିକାରୀମାନେ ହିଁ ପୋଲିଂ ପାର୍ଟି ଭାବେ ମୁତୟନ ହେବେ । କେବଳ ପିପିଲି ବ୍ଲକରେ ତିନୋଟି ମହିଳା ମତଦାନ କେନ୍ଦ୍ର ଥିବାବେଳେ ଅନ୍ୟ ବ୍ଲକ ଗୁଡିକରେ ପ୍ରତ୍ୟେକ ଗୋଟିଏ ମହିଳା ପୋଲିଂ ପାର୍ଟି ଥିବା ମତଦାନ କେନ୍ଦ୍ର ରହିଛି । ପୁରୀ ସଦର ବ୍ଲକର ଗୋପିନାଥପୁର ପଞ୍ଚାୟତର ୫ନଂ ୱାର୍ଡ, କାକଟପୁର ବ୍ଲକର ଓଥକା ପଞ୍ଚାୟତର ୩ନଂ ୱାର୍ଡ, କଣାସ ବ୍ଲକର କଣାସ ପଞ୍ଚାୟତର ୭ନଂ ୱାର୍ଡ, କୃଷ୍ଣପ୍ରସାଦର ନୂଆପଡା ପଞ୍ଚାୟତର ୨ନଂ ୱାର୍ଡ, ସତ୍ୟବାଦୀର ପେଣ୍ଠପଡା ପଞ୍ଚାୟତର ୬ନଂ ୱାର୍ଡ, ଡେଲାଙ୍ଗ ବ୍ଲକର ଗଡମୋଟରି ପଞ୍ଚାୟତର ୧୨ନଂ ୱାର୍ଡ, ବ୍ରହ୍ମଗିରିର ବ୍ରହ୍ମଗିରି ପଞ୍ଚାୟତର ୧୩ନଂ ୱାର୍ଡ, ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ ପଞ୍ଚାୟତର ୮ନଂ ୱାର୍ଡ, ନିମାପଡାର ତେରୁଣ୍ତିଆ ପଞ୍ଚାୟତର ୧୬ନଂ ୱାର୍ଡ, ଗୋପର ଗୋପ ପଞ୍ଚାୟତର ୩ନଂ ୱାର୍ଡ ଏବଂ ପିପିଲି ବ୍ଲକର ଦାଣ୍ତମୁକୁନ୍ଦପୁର ପଞ୍ଚାୟତର ୬,୮ ଏବଂ ୧୧ନଂ ୱାର୍ଡ ପିଙ୍କ ବୁଥ ଭାବେ ପ୍ରସ୍ତୁତ କରାଯାଇଛି । ଅଧିକ ସଂଖ୍ୟରେ ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
-Advertisement-
-Advertisement-