ବରଗଡ଼, ୧୫/୦୨ : ବୁଧବାର ଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍। ସରପଞ୍ଚ ପ୍ରାର୍ଥୀଙ୍କ ଅକସ୍ମାତ୍ ଦେହାନ୍ତ। ବରଗଡ଼ ଜିଲ୍ଲା ଭଟ୍ଲି ବ୍ଲକ କେଲେଣ୍ଡା ପାଲି ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏନେଇ ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ ସୂଚନା ଦେଇଛନ୍ତି। ହେଲେ ଏହା ପୂର୍ବରୁ ଆଜି ବରଗଡ଼ ଜିଲ୍ଲା ଭଟ୍ଟଲି ବ୍ଲକ୍ କେଲେଣ୍ଡାପାଲି ପଞ୍ଚାୟତରେ ନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି । ଏଠାରେ ସରପଞ୍ଚ ପ୍ରାର୍ଥୀଙ୍କ ହଠାତ୍ ମୃତ୍ୟୁ ହେବା ପରେ ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି । ସରପଞ୍ଚ ପ୍ରାର୍ଥୀ ସରୋଜ ସେଠ୍ଙ୍କ ବିୟୋଗ ପରେ ଏଭଳି ନିଷ୍ପତି ନିଆଯାଇଛି । ଆସନ୍ତା କାଲି ଏହି ପଞ୍ଚାୟତରେ ଭୋଟ୍ ହେବାର ଥିଲା । ତେବେ ସରୋଜ ସେଠ୍ଙ୍କ ସ୍ଥାନରେ ଅନ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ଏହି ପଞ୍ଚାୟତରେ ପୂଣି ଥରେ ଭୋଟ୍ ହେବ ବୋଲି ସୂଚନା ମିଳିଛି ।
-Advertisement-
-Advertisement-