ରାଷ୍ଟ୍ରପତିଙ୍କ ପୁରୀ ଆଗମନ;ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କଲେ ଅତିରିକ୍ତ ଡିଜି

ପୁରୀ,୧୬/୨:ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଅତିରିକ୍ତ ଡିଜି ରାକେଶ କୁମାର ଶର୍ମା ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସେପଟେ ରହଣିସ୍ଥଳକୁ ପରିବର୍ତ୍ତନ କରାଯାଇ ଘରୋଇ ହୋଟେଲ୍ ପରିବର୍ତ୍ତେ ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇଦିନିଆ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୪୦ ଜଣ ଅଧିକାରୀ ଓ ୨୦୦ ପୋଲିସ ଅଫିସର ନିୟୋଜିତ ହେବେ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବା ପରେ ରାଜଭବନରେ ଅବସ୍ଥାନ କରିବେ। ଏହା ପରେ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ ରେ ବାହାରିବେ। ଶ୍ରୀମନ୍ଦିର ଭିତରେ ସେ ୪୫ ମିନିଟ ସମୟ ଅତିବାହିତ କରିବେ। ମଙ୍ଗଳବାର ଅତିରିକ୍ତ ଡିଜି ରାକେଶ କୁମାର ଶର୍ମା ପ୍ରଥମେ ତାଳବଣିଆ ହେଲିପ୍ୟାଡ, ପରେ ଘରୋଇ ହୋଟେଲ, ରାଜଭବନ ଏବଂ ପରେ ବଡ଼ଦାଣ୍ଡ ସ୍ଥିତ ଗୈାଡିୟ ମଠ ଓ ଶରଧାବାଲି ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।‌

-Advertisement-
-Advertisement-