ଭିଜିଲାନ୍ସ ଜାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ

ପୁରୀ , ୧୬।୨ : ଭିଜିଲାନ୍ସ ଜାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ସୁକାନ୍ତ କୁମାର ଜେନା । ଆଜି ସନ୍ଧ୍ୟାରେ ପୁରୀର ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିବା ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଘରେ ଚଢାଉ ସମୟରେ ଭିଜିଲାନ୍ସ ପ୍ରାୟ ୧.୧୨ କୋଟି ଟଙ୍କା ଜବତ କରିଛି। ପୁରୀ ଚାରିଛକସ୍ଥିତ  ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା ରୋଗୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହା ପରେ ଭିଜିଲାନ୍ସ ଟିମ ଭୁବନେଶ୍ବର ପଟିଆରେ ଥିବା ତାଙ୍କ ବାସଭବନରେ ଚଢାଉ କରିଛି। ସେଠାରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ କରିଛି।  ଜଣେ ରୋଗୀଙ୍କ ଅପରେସନ ପାଇଁ  ୮ ହଜାର ଟଙ୍କା ସୁକାନ୍ତ ଲାଞ୍ଚ ମାଗିଥିଲେ।ଏହା ଜାଣିବା ପରେ ଭିଜିଲାନ୍ସ ଟିମ୍ ହସ୍ପିଟାଲ ପରିସରରେ ଲୁଚି ରହିଥିଲା। ହସ୍ପିଟାଲରେ ସୁକାନ୍ତ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ।

-Advertisement-
-Advertisement-