ଭୁବନେଶ୍ବର, ୧୭ ।୨ :ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । କିନ୍ତୁ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଡକାଇଛନ୍ତି ଜରୁରୀ ବୈଠକ । ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତି ୪ ଟି ପର୍ଯ୍ୟାୟକୁ ବିଶେଷ ଗୂରୁତ୍ୱ ଦିଆଯିବ ବୋଲି ଡିଜିପି ସୁନୀଲ ବଂଶଲ କହିଛନ୍ତି।
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଗୋଟେ ଦୁଇଟି ସ୍ଥାନରେ ହିଂସା ଘଟିଛି । ଯେଉଁଠି ହିଂସା ଘଟିଛି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତଦନ୍ତ କରି ଗିରଫ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବଳକା ୪ ଟି ପର୍ଯ୍ୟାୟ ନିର୍ବାଚନକୁ ସୁରୁଖୁରରେ କରିବା ପାଇଁ ପ୍ରୟାସ ଜାରୀ ରହିଛି। ସେଥିପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତି ରହିଛି ।ତେବେ ନିର୍ବାଚନରେ ଭାଗ ନେବା ପାଇଁ ଲୋକେ ସ୍ବଇଚ୍ଛାରେ ଭୋଟ ଦେବାକୁ ଆସୁଛନ୍ତି । ଏପରିକି ମାଓବାଦୀ ପ୍ରବଣ ଅଞ୍ଚଳରେ ମଧ୍ୟ ନିର୍ବାଚନ ସୁରୁଖରୁରେ ସମ୍ପନ୍ନ ହୋଇଥିବା ପୋଲିସ ଡିଜିପି ସୁନିଲ ବଂଶଲ କହିଛନ୍ତି।