ଦୁଇଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି : ଶ୍ରୀମନ୍ଦିରରେ ରହିବେ ୪୫ ମିନିଟ୍‌ ରହିବେ

ପୁରୀ,୧୮/୦୨:   ରାଷ୍ଟ୍ରପତି ଆସନ୍ତା ୧୯ ତାରିଖ  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ପୁରୀ ଗସ୍ତରେ କାଳରେ ପ୍ରଥମ ଦିନ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ୪୫ ମିନିଟ୍‌ ଶ୍ରୀମନ୍ଦିରରେ ରହିବେ। ସଂଧ୍ୟା ୫ଟାରେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ଗରୁଡ଼ସ୍ତମ୍ଭ ପରିକ୍ରମା କରିବେ।ଏହି ଦର୍ଶନର ରୂପରେଖକୁ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ତ୍ୱାବଧାନରେ ବୈଠକରେ ଚୂଡ଼ାନ୍ତ  ହୋଇଥିଲା ।

-Advertisement-

ଦର୍ଶନ ରୂପରେଖ ମୁତାବକ ରାଷ୍ଟ୍ରପତି ଫେବ୍ରୁଆରି ୧୯ ତାରିଖସଂଧ୍ୟାରେ ପୁରୀଠାରେ ପହଞ୍ଚିବେ । ପରେ ପୁରୀ ରାଜଭବନରେ କିଛିକ୍ଷଣ ବିଶ୍ରାମ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ। ଶ୍ରୀ ସିଂହଦ୍ୱାରଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ । ଅପରାହ୍ଣ ୫ଟା ୪ମିନିଟରେ ରାଷ୍ଟ୍ରପତି ସାତପାହଚ, ନାଟମଣ୍ଡପ ଦେଇ ମୂଳ ମନ୍ଦିରକୁ ପ୍ରବେଶ କରିବେ । ଏଠାରେ ଗରୁଡ ସ୍ତମ୍ଭକୁ ସେ ପରିକ୍ରମା କରିବେ । ଏହାପରେ ଜୟ ବିଜୟ ଦ୍ୱାର ଦେଇ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ରତ୍ନସିଂହାସନ ବିଜେ ଶ୍ରୀଜିଉଙ୍କ ଦର୍ଶନ କରିବେ । ୫ଟା ୨୨ ମିନିଟ୍‌ ସୁଦ୍ଧା ପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ବେହେରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତର ବେଢ଼ାକୁ ପ୍ରସ୍ଥାନ କରିବେ ।

ବେହରଣଦ୍ୱାର ଠାରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ । ଏଠାରେ ପୂଜାପଣ୍ଡାମାନଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱସ୍ତିବଚନ ତଥା ସ୍ୱାଗତ କରାଯିବ । ବେହରଣଦ୍ୱାରଠାରୁ ରାଷ୍ଟ୍ରପତି ମା ଶ୍ରୀମନ୍ଦିର ଭିତର ବେଢ଼ା ସ୍ଥିତ ବିମଳାଙ୍କ ମନ୍ଦିରକୁ ସନ୍ଧ୍ୟା ୫ଟା ୨୭ ମିନିଟରେ ଦର୍ଶନ ପ୍ରବେଶ କରିବେ । ସନ୍ଧ୍ୟା ୫ଟା ୩୧ମିନିଟ୍‌ ସୁଦ୍ଧା ମା ବିମଳାଙ୍କ ଦର୍ଶନ ଶେଷ କରି ଭିତର ବେଢ଼ାକୁ ଓହ୍ଲାଇବେ । ସନ୍ଧ୍ୟା ୫ଟା ୩୩ ମିନିଟରେ ମା’ ମହାଲକ୍ଷ୍ମୀଙ୍କ ଦର୍ଶନ ନିମନ୍ତେ ଲକ୍ଷ୍ମୀ ମନ୍ଦିରକୁ ପ୍ରବେଶ କରିବେ । ସନ୍ଧ୍ୟା ୫ଟା ୩୭ ମିନିଟରେ ଦର୍ଶନ ସାରି ଲକ୍ଷ୍ମୀ ମନ୍ଦିରରୁ ଫେରିବେ । ମହାଲକ୍ଷ୍ମୀଙ୍କ ଜଗମୋହନରେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କ ପକ୍ଷରୁ ସ୍ୱାଗତ କରାଯିବ ସହ ଯାତ୍ରୀପଣ୍ଡା ସେବା ବିଧି ସମ୍ପନ୍ନ କରାଯିବ । ସନ୍ଧ୍ୟା ୫ଟା ୪୫ ମିନିଟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଦର୍ଶନ ଶେଷ କରି ସିଂହଦ୍ୱାରକୁ ଫେରିବାର ଦର୍ଶନ ରୂପରେଖ ଚୂଡ଼ାନ୍ତ ହୋଇଛି । 

ମହାପ୍ରଭୁଙ୍କ ଦର୍ଶନ ପରେ ରାଷ୍ଟ୍ରପତି ପରଦିନ ସକାଳୁ ଅର୍ଥାତ୍‌ ୨୦ ତାରିଖରେ ଗୌଡୀୟ ମଠ ପରିଦର୍ଶନ କରିବେ। କିଛି ସମୟ ମଠ ବୁଲିବା ପରେ ସିଧାସଳଖ ଶରଧାବାଲିସ୍ଥିତ ସଭାସ୍ଥଳକୁ ଯିବେ। ପୂର୍ବାହ୍ଣ ୧୧ଟାରେ ସଭାରେ ମଞ୍ଚାସୀନ ହେବା ପରେ ପ୍ରାୟ ୧ ଘଣ୍ଟା ରହି ପ୍ରତ୍ୟାବର୍ତ୍ତନ କରିବେ। 

-Advertisement-