ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର,୧୮/୨: ଦିନକୁ ଦିନ କରୋନା ସଂକ୍ରମଣରେ ହ୍ରାସ ଘଟିବା କାରଣରୁ ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ ।   ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଚାଲୁଥିବା ବେଳେ ବର୍ତ୍ତମାନ ଏହି ନିୟମରେ କୋହଳ କରାଯାଇଛି । ପୁର୍ବରୁ ରାଜ୍ୟରେ କରୋନା ସଂକ୍ରମଣ ଦୃତଗତିରେ ବଢୁଥିବା ବେଳେ ଏହି ରାତ୍ରୀ କର୍ଫ୍ୟୁ ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କରାଯାଇଥିଲା । ଅନ୍ୟପଟେ କିନ୍ତୁ କେବଳ ୧୦୦ ଲୋକଙ୍କୁ ନେଇ ରାଜ୍ୟରେ ବିବାହ ଓ ବ୍ରତଘର ହେବ । ତା ସହିତ ୫୦ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହେବ । ସେହିପରି ମାତ୍ର ୧ ହଜାର ଲୋକଙ୍କୁ ନେଇ ରାଜ୍ୟରେ ଯାତ୍ରା କରିବେ କଳାକାର । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ ସରକାରୀ ଅଫିସ । ଫିଲ୍ମ ହଲ୍ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ରାଜ୍ୟର ସମସ୍ତ ଫିଲ୍ମ ହଲ୍ ଖୋଲାରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

-Advertisement-
-Advertisement-