ନୂଆଦିଲ୍ଲୀ ୨୩/୦୨: ଆଜି ଏନସିପି ନେତା ତଥା ମନ୍ତ୍ରୀ ନୱାବ୍ ମଲ୍ଲିକ୍ ଙ୍କୁ ଗିରଫ କରିଛି ଇଡି । ମନି ଲଣ୍ଡରିଂ ଓ ଦାଉଦ୍ ଇବ୍ରାହିମ୍ ନେଟୱାର୍କ ସହ ଯଡିତ ଅଭିଯୋଗ ରହିଆସିଥିବା ବେଳେ ଏନେଇ ଇଡି ଜେରା କରୁଥିଲା ଓ ଆଜି ନୱାବଙ୍କ ବିରୋଧରେ ସ୍ପଷ୍ଟ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ମାମଲାରେ ଆଜି ସକାଳ ୮ଟାରୁ ନୱବ ମଲ୍ଲିକଙ୍କୁ ଇଡି ଜେରା କରୁଥିବା ବେଳେ ଶେଷରେ ତାଙ୍କୁ ଗିରଫ କରାଯାଇଛି ଓ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏବେ ତାଙ୍କୁ ହସ୍ପିଟାଲ ନିଆଯାଇଛି ।ସୂଚନା ଅନୂସାରେ ଅଣ୍ଡର ୱାଲର୍ଡ ଡନ୍ ତଥା ଟେରର ଫାଇନାନ୍ସର ଦାଉଦ୍ ଇବ୍ରାହିମ୍ ସହିତ କେଉଁମାନଙ୍କ ସମ୍ପର୍କ ରହିଛି ତାକୁ ନେଇ ଗତ ସପ୍ତାହରୁ ଇଡି ଖୋଳତାଡ କରିବା ଆରମ୍ଭ କରିଥିଲା ଏହି ମାମଲାରେ ପୂର୍ବରୁ ନୱାବ ମଲ୍ଲିକଙ୍କୁ ସମନ୍ ମଧ୍ୟ କରାଯାଇଥିଲା ।ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ନୱାବ ମଲିକଙ୍କର ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସହ ସମ୍ପର୍କ ଥିବା ଅଭିଯୋଗ କରିଥିଲେ। ଫଡନବିସ୍ ଦାବି କରିଥିଲେ ଯେ, ନବାବ ମଲିକ ଦାଉଦର ସମ୍ପର୍କୀୟଙ୍କଠାରୁ ଜମି କିଣିଛନ୍ତି। ଏହି ସମ୍ପତ୍ତି ମୁମ୍ବାଇ ବିସ୍ଫୋରଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କର ବୋଲି ଫଡନବିସ୍ ଦୃଢୋକ୍ତି ପ୍ରକାଶ କରିଥିଲେ |
-Advertisement-
-Advertisement-