ଭାରତ ଓ ବେଦାନ୍ତ : ସ୍ଵାମୀ ବିବେକାନନ୍ଦ

୧୮୯୩ ଡ଼ିସେମ୍ବରରେ ଚିକାଗୋ ସମ୍ମିଳନୀରେ ସ୍ଵାମୀ ବିବେକାନନ୍ଦ ବେଦାନ୍ତ ତତ୍ତ୍ଵ ବିଷୟରେ ଯାହା କହିଲେ, ବିଶ୍ଵର ଧର୍ମପଣ୍ଡିତମାନେ ଅଭିଭୂତ ହୋଇ ପଚାରିଲେ, ” ଏ କଥା ଆଗରୁ କେହି ଆମମାନଙ୍କୁ କହି ନଥିଲେ କାହିଁକି ?”

-Advertisement-

ଭାରତର ଧର୍ମ ଓ ସଂସ୍କୃତି ଗବେଷଣା ପାଇଁ ଇଂରେଜମାନଙ୍କ ଦ୍ଵାରା ତାହାର ୧୧୭ ବର୍ଷ ଆଗରୁ ୧୭୭୬ରେ କଲିକତାରେ ‘ ଏସିଆଟିକ୍ ସୋସାଇଟି ଅଫ୍ ଇଣ୍ଡିଆ’ ପ୍ରତିଷ୍ଠିତ ହୋଇ ଆମେରିକା, ଇଂଲଣ୍ଡ ସମେତ ବହୁ ଦେଶରେ ଏହାର ଶାଖା ପ୍ରତିଷ୍ଠିତ ହୋଇ ଭାରତର ଧର୍ମ ଓ ସଂସ୍କୃତି ବିଷୟରେ ପ୍ରଚାର ପ୍ରସାର ହେଉଥାଏ। ଅଥଚ ଉପନିଷଦ ତତ୍ତ୍ଵ କେହି ଖୋଲି ନଥିଲେ, ଯାହା ସନାତନ ଚେତନାର ପ୍ରାଣବିନ୍ଦୁ। ୧୧୭ ବର୍ଷ କାଳ ମଧ୍ୟରେ ପାଶ୍ଚାତ୍ୟ ଜଗତର କେହି ଉପନିଷଦ (ବେଦାନ୍ତ) କ’ଣ ଜାଣି ନଥିଲେ। ବିଶ୍ଵର ଧର୍ମପଣ୍ଡିତମାନଙ୍କୁ ଚକିତ କରି କରି‌ ସ୍ଵାମିଜୀ ତିନି ବର୍ଷ କଟାଇ ଦେଲେ। ଅସଲ ରହସ୍ୟ ହେଲା ପାଶ୍ଚାତ୍ୟର ଜଣେ ହେଲେ କେହି ଉପନିଷଦ ଭିତରେ ପଶିବାକୁ ସମର୍ଥ ହେଇନଥିଲେ। ( ଏ କଥା International Theosophy Society ର‌ ପ୍ରତିଷ୍ଠାତା H P Blavatsky ତାଙ୍କ ଗ୍ରନ୍ଥ The Secret Doctrine ରେ ଲେଖିଛନ୍ତି।) ଏବେ ଆସନ୍ତୁ ସନାତନ ଚେତନାର ମୂଳପୀଠ ଭାରତ କଥା ଦେଖିବା।

ଉପନିଷଦ ସମୁଦାୟ ହେଉଛି କେବଳ ଆତ୍ମ ଜ୍ଞାନ (ବ୍ରହ୍ମ ତତ୍ତ୍ଵ)ର
ଭଣ୍ଡାର। ଉପନିଷଦ ରଚନା କାଳରେ ଲୋକମାନଙ୍କର ଆଜି ଅପେକ୍ଷା ଉଚ୍ଚତର ଐଶ୍ଵରିକ ଚେତନା ଥାଇ ମଧ୍ୟ କଠ ଉପନିଷଦ କହିଛନ୍ତି, ‘ଶ୍ରବଣାୟାପି ବହୁଭିର୍ଯ୍ୟୋ ନ ଲଭ୍ୟଃ’- ଆତ୍ମ ତତ୍ତ୍ଵ ଶୁଣିବାକୁ ମିଳିବା ନିତାନ୍ତ ବିରଳ। ପୁଣି କହିଛନ୍ତି,‌ ‘ ଶୃଣ୍ଵନ୍ତୋ ଅପି ବହବୋ ନ ବିଦୁଃ’ – ଶୁଣି କରି ମଧ୍ୟ ବହୁଳ ଲୋକଙ୍କର ଏହା ଜ୍ଞାନରେ ପ୍ରବେଶ କରିପାରେ ନାହିଁ।
ପୁଣି କହିଛନ୍ତି, ‘ ଆଶ୍ଚର୍ଯ୍ୟୋ ବକ୍ତା କୁଶଳୋ ଅସ୍ୟ ଲବ୍ଧା’ – ଏହି ତତ୍ତ୍ଵ ବର୍ଣ୍ଣନା କରିବା ମହାପୁରୁଷ ହେଉଛନ୍ତି ଆଶ୍ଚର୍ଯ୍ୟମୟ‌ ଓ ଅତ୍ୟନ୍ତ ଦୁର୍ଲ୍ଲଭ। ମନ୍ତ୍ର ଶେଷରେ କହିଛନ୍ତି ଯେ ଏହି ଜ୍ଞାନୀ ପୁରୁଷଙ୍କୁ ଠାରୁ ଶିକ୍ଷାପ୍ରାପ୍ତ
ସଫଳ ଶିଷ୍ୟ ମଧ୍ୟ ଆଶ୍ଚର୍ଯ୍ୟମୟ। ଆଜି ସନାତନ ଜଗତରେ ଆତ୍ମତତ୍ତ୍ଵ ଜ୍ଞାନୀ ମହାପୁରୁଷ ଓ ଜ୍ଞାନ ବୁଭୁକ୍ଷୁ ଶିଷ୍ୟ ପ୍ରାୟତଃ ନାହାନ୍ତି।

…କ୍ରମଶଃ…

-Advertisement-