ଭୁବନେଶ୍ୱର,୨୭।୦୨: ମହାଶିବରାତ୍ରି ଜାଗର ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) । ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କୋଭିଡ୍ ପ୍ରୋଟୋକଲ ଫଲୋ କରିବାକୁ ଜନସାଧାରଣଙ୍କୁ ଏସଆରସିଙ୍କୁ ପକ୍ଷରୁ କୁହାଯାଇଛି ।ଏପରି ସ୍ଥିତିରେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, ପୋଲିସ କମିଶନରଙ୍କୁ କଟକଣା ଲାଗୁ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।ମନ୍ଦିର, ମେଳା, ମହୋତ୍ସବ ଆଦିରେ ପ୍ରବଳ ଜନ ସମାଗମ ହେବାର ଆଶଙ୍କା ଥିବାରୁ ସମସ୍ତଙ୍କୁ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିବା ବେଳେ ସାମାଜିକ ଦୂରତା ରକ୍ଷା ସହ କୋଭିଡ୍ ନିୟମକୁ ମାନିବାକୁ କୁହାଯାଇଛି । ଗତବର୍ଷ ଜାଗର ଅବସରରେ ଶ୍ରଦ୍ଧାଳୁଙ୍କୁ ଏକତ୍ରିତ ହୋଇ ଦୀପ ଜାଳିବାକୁ ବାରଣ କରାଯାଇଥିଲା । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଭକ୍ତମାନେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ଚଳିତ ବର୍ଷ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇପାରେ ।
-Advertisement-
-Advertisement-