ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ଵର, ୨୮/୦୨ :  ପୌର ନିର୍ବାଚନ ପାଇଁ   ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇଲା। ଆସନ୍ତା ୨ରୁ ୭ତାରିଖ ମଧ୍ୟରେ ହେବ ନାମାଙ୍କନ ଦାଖଲ । ୯ ତାରିଖରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ୍। ୨୪ ତାରିଖରେ ପଡିବ ପୌର ଭୋଟ୍। ଏହାପରେ ୨୬ ତାରିଖରେ ହେବ ଭୋଟ୍ ଗଣତି। ଏନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାନ୍ତିଶୃଙ୍ଖଳାର ସହ ଭୋଟ୍ ସାରିବାକୁ ନିର୍ବାଚନ କମିଶନର ଗୁରୁତ୍ଵ ଦେଇଛନ୍ତି। ଚଳିତ ବର୍ଷ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ନିର୍ବାଚନ ହେବ । ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗରରେ ନିର୍ବାଚନ ହେବ। ତେବେ ଆଗୁଆ ନିର୍ବାଚନ ହେବାକୁ ଥିବା ସ୍ଥାନମାନଙ୍କୁ ଇଭିଏମ୍‌ ପଠାସାରିଛି। ଏପରିକି ନିର୍ବାଚନ କାର୍ଯ୍ୟରେ ଯୋଗଦେବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଇଭିଏମ୍‌ର ପ୍ରଶିକ୍ଷଣ ଦିଆଯାଇଛି।ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ମେୟର/ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ଇଭିଏମରେ ହେବ ଭୋଟ ଗଣତି । ପୌର ନିର୍ବାଚନରେ ପ୍ରତି ବୁଥରେ ୨ଟି ଇଭିଏମ ରଖାଯିବ । ଗୋଟିଏ ଇଭିଏମରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇହେବ । ୨ୟ ଇଭିଏମରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇହେବ ।’

-Advertisement-
-Advertisement-