ୟୁକ୍ରେନ୍ ଉପରେ ଆରମ୍ଭ କଲା ‘ଭ୍ୟାକୁମ୍ ବୋମା’ ବିସ୍ଫୋରଣ

ମସ୍କୋ.୦୧/୦୩:   ଋଷ ଓ ୟୁକ୍ରେନ୍ ଯୁଦ୍ଧ।   ମଙ୍ଗଳବାର ଦିନ ରୁଷ. ୟୁକ୍ରେନର ସବୁଠୁ ବଡ଼ ସହର ଖାରକିଭ୍ ଉପରେ ବଡ଼ ଧରଣର ହମଲା କରିଛି । ଖାଲି ସେତିକି ନୁହେଁ ଖାରକିଭ୍ ଉପରେ ମିସାଇଲ୍ ଓ ତୋପ ଦ୍ୱାରା ଆକ୍ରମଣ ମଧ୍ୟ କରିଛି । ମିସାଇଲ୍ ମାଡ଼ରେ ଖାରକିଭ୍ ର ପ୍ରଶାସନିକ ଭବନକୁ ଉଡାଇଦେଇଛି ।ୟୁକ୍ରେନ୍ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଛି ଋଷ । ତେବେ ଆଜି ଋଷ ସବୁଠାରୁ ମରାତ୍ମକ ବୋମା ପକାଇଛି ୟୁକ୍ରେନ୍ ଉପରେ । ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ଋଷ ୟୁକ୍ରେନ୍ ର କିଛି ସ୍ଥାନରେ ଭ୍ୟାକୁମ୍ ବୋମା ପକାଇଛି । ଯାହା ଫଳରେ ଏବେ ସେଠାକାର ଲୋକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଭ୍ୟାକୁମ୍ ବୋମା ସବୁଠାରୁ ମରାତ୍ମକ ଅଟେ । ଏହା ଯେଉଁ ଅଞ୍ଚଳରେ ପଡିଥାଏ ସେହି ଅଞ୍ଚଳରୁ ଅମ୍ଲଜାନ ଶୋଷି ନେଇ ପୁରା ବାୟୁମଣ୍ଡଳକୁ ଶୁଷ୍କ କରିଦେଇଥାଏ ଯାହା ଫଳରେ ସେଠାରେ ବାସ କରୁଥିବା ମଣିଷ ଓ ଜୀବ ମାନେ ଅକ୍ସିଜେନ୍ ଅଭାବରୁ ଛଟପଟ ହୋଇ ମୃତ୍ୟୁ ବରଣ କରିଥାନ୍ତି । ଯାହା ଏବେ ୟୁକ୍ରେନ୍‌ରେ ଦେଖାଦେଇଛି । ଅର୍ନ୍ତରାଷ୍ଟ୍ରୀୟ ସମୁଦାୟ ଯେଉଁ ଅସ୍ତ୍ର ବ୍ୟବହାର ଉପରେ ରୋକ ଲଗାଇଥିଲେ ସେହିଭଳି ଅସ୍ତ୍ରକୁ ଋଷ ଏବେ ୟୁକ୍ରେନ ଉପରେ ବ୍ୟବହାର କରିବାରେ ଲାଗିଥିବା ନେଇ ଏମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ ଓ ହ୍ୟୁମାନ ରାଇଟ୍‌ସ ୱଚ୍ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ପୁରା ବିଶ୍ୱ ଏବେ ଚିନ୍ତାରେ ପଡିଯାଇଛି।

-Advertisement-
-Advertisement-