ରାଜଧାନୀରୁ ଗିରଫ ହେଲା ନକଲି ସିବିଆଇ ଅଫିସର

ଭୁବନେଶ୍ୱର  ,୦୩/୦୩ : ରାଜଧାନୀରୁ ଗିରଫ ହେଲା ନକଲି ସିବିଆଇ ଅଫିସର । ନିଜକୁ ସିବିଆଇ ଅଫିସର ବୋଲି କହି ଠକୁଥିଲା ନିରୀହ ଲୋକଙ୍କୁ  ।ନିଜକୁ ସିବିଆଇ ଅଫିସରର ପରିଚୟ ଦେଇ ଲୋକଙ୍କୁ ଚୂନା ଲଗାଉଥିଲେ ଆଜି ପୋଲିସ୍ ହାତରେ ଧରା ପଡିଲେ ନକଲି ସିବିଆଇ ଅଫିସର | ନିଖିଲ ସ୍ୱାଇଁ ନାମକ ଜଣେ ଯୁବକ ନିଜକୁ ସିବିଆଇ ଅଫିସରର ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଠକୁ ଥିଲା । କେତେବେଳେ ଚାକିରୀ କରାଇଦେବା କହି ତ ଆଉ କେତେବେଳେ ଚିକିତ୍ସା କରାଇଦେବା କହି ଏହି ଭଳି ନୀରିହ ଲୋକଙ୍କୁ ଠକି ଚାଲିଥିଲା ନିଖିଲ । ଅଭିଯୋଗ ପରେ ପୋଲିସ୍ ନିଖିଲ କୁ ଖୋଜୁଥିଲା ଏବଂ ଆଜି ପୋଲିସ୍ ହାତରେ ଧରା ପଡିଛି ଏହି ନକଲି ସିବିଆଇ ଅଫିସର ନିଖିଲ ସ୍ୱାଇଁ । ତେବେ ବୁଧବାର ତମାଣ୍ଡୋ ଥାନା ଏହି ନକଲି ସିବିଆଇ ଅଧିକାରୀ ନିଖିଲ ସ୍ୱାଇଁକୁ ଗିରଫ କରିଛି । ନିଖିଲ ଜଣେ ଭିନ୍ନକ୍ଷମ ବୋଲି ଜଣାପଡ଼ିଛି ।ନିଖିଲ ଜଣେ ମୋବାଇଲ ଦୋକାନୀଙ୍କୁ ତାଙ୍କ ଝିଅର ଚିକିତ୍ସା କରାଇଦେବାକୁ କହି ୩୦ ହଜାର ଠକିଛି । ସେହିଭଳି ଏୟାରପୋର୍ଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସେକ୍ରେଟେରିଏଟ ରେ ଚାକିରି କରାଇଦେବାକୁ କହି ୪୦ ହଜାର ଠକିଛି । ତେବେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ତମାଣ୍ଡୋ ପୋଲିସ ।

-Advertisement-
-Advertisement-