ରୁଷିଆ-ୟୁକ୍ରେନ୍‌ର ୨ୟ ପର୍ଯ୍ୟାୟ ଆଲୋଚନା ବିଫଳ

ନୂଆଦିଲ୍ଲୀ,୦୪/୦୩:ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍‌ର ସହରରେ ରୁଷିଆ କ୍ରମାଗତ ଭାବେ ବୋମା, ରକେଟ ଓ ମିସାଇଲ ମାଡ଼ କରୁଛି । ଖାରକିଭ ଓ କିଭରେ ରୁଷିୟ ସେନା ତାଣ୍ଡବ ରଚୁଛନ୍ତି । ଉଭୟ ଦେଶ ମଧ୍ୟରେ ଏହାରି ମଧ୍ୟରେ ୨ଟି ପର୍ଯ୍ୟାୟରେ ବୈଠକ ହୋଇଛି । କିନ୍ତୁ ଏହି ୨ ବୈଠକର ଆଲୋଚନାରେ କୌଣସି ସକରାତ୍ମକ ନିଷ୍ପତ୍ତି ବାହାରି ପାରି ନାହିଁ ।  ପୋଲାଣ୍ଡର ସୀମା ନିକଟ ବେଲାରୁଷ ଠାରେ ଗୁରୁବାର ହୋଇଥିବା ବୈଠକ ପରେ ରୁଷୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବା ରାଷ୍ଟ୍ରପତି ପୁତିନଙ୍କ ପରାମର୍ଶଦାତା ଭ୍ଲଦିମିୀର ମେଦିନ୍‌ସ୍କି କହିଛନ୍ତି ଯେ, ଉଭୟ ପକ୍ଷର ସ୍ଥିତି ସ୍ପଷ୍ଟ । ରୁଷିଆ ପକ୍ଷରୁ ସହମତି ଦିଆଯାଇଛି । ରୁଷିଆର ବରିଷ୍ଠ ସାଂସଦ ଲିୟୋନିଦ ସ୍ଲୁସ୍ତକୀ କହିଛନ୍ତି ଖୁବ ଶୀଘ୍ର ଆଗାମୀ ପର୍ଯ୍ୟାୟର ଆଲୋଚନା ହେବ ଏବଂ ଏଥିରେ ଭଲ ବୁଝାମଣା ହୋଇପାରେ ।

-Advertisement-
-Advertisement-