ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ବିବାଦ , ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ ,୦୬/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍‌-ରୁଷିଆ  ବିବାଦ ଉପରେ   ଶନିବାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକରେ ଅପରେଶନ ଗଙ୍ଗାର ସଫଳତା  ନେଇ  ଅବଗତ ହୋଇଛନ୍ତି ।   କେନ୍ଦ୍ର  ସରକାର  ଭାରତୀୟ  ଛାତ୍ରଙ୍କୁ  ଫେରାଇ  ଆଣିବା  ଲାଗି  ପ୍ରୟାସରତ, ଯେଉଁମାନେ   ୟୁକ୍ରେନ୍‌ରେ  ରୁଷିଆର  ଆକ୍ରମଣ  ପରେ  ଫେରିଆସିବାକୁ  ଚାହୁଁଛନ୍ତି । ମୋଦୀଙ୍କ   ଅଧ୍ୟକ୍ଷତାରେ  ହୋଇଥିବା  ବୈଠକରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ତାଙ୍କର  କ୍ୟାବିନେଟ ସହଯୋଗୀ ପୀୟୂଷ ଗୋୟଲ ବ୍ୟତୀତ  ଅନେକ  ବରିଷ୍ଠ  ଅଧିକାରୀ  ଉପସ୍ଥିତ ଥିଲେ । ଭାରତ ନିଜର ନାଗରିକଙ୍କୁ ଉଦ୍ଧାର କରିବା ଲାଗି ନିଜର ଅଭିଯାନ ‘ଅପରେଶନ ଗଙ୍ଗା’ ଆରମ୍ଭ କରିଛି । ଏଥି ପାଇଁ କେନ୍ଦ୍ର ସରକାର  ୪ ଜଣ  ମନ୍ତ୍ରୀଙ୍କୁ  ୟୁକ୍ରେନ୍‌ର ପଡୋଶୀ ଦେଶକୁ ପଠାଇଛନ୍ତି । ସ୍ୱତନ୍ତ୍ର ବିମାନ ଜରିଆରେ  ଶନିବାର ୩ ହଜାର ଭାରତୀୟଙ୍କୁ ୟୁକ୍ରେନରୁ ଫେରାଇ ଅଣାଯାଇଛି । ଏହି ଲୋକମାନେ ୟୁକ୍ରେନର ପଡୋଶୀ ଦେଶରୁ ଏୟାରଲିଫ୍ଟ କରି ଭାରତ ଆସିବାକୁ ଥିବା  ସ୍ୱତନ୍ତ୍ର  ବିମାନରେ ଆସିଛନ୍ତି । ଏପର୍ଯ୍ୟନ୍ତ  ସ୍ୱତନ୍ତ୍ର  ବିମାନ  ଜରିଆରେ  ମୋଟ  ୧୩ ହଜାର ୭୦୦  ଭାରତୀୟ  ସୁରକ୍ଷିତ ଭାବେ ଆସିସାରିଛନ୍ତି ।

-Advertisement-
-Advertisement-