Home ତାଜା ଖବର ଶ୍ରୀଲୋକନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ୨ କୋଟି ଟଙ୍କାର ବ୍ୟୟ ଅଟକଳ

ଶ୍ରୀଲୋକନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ୨ କୋଟି ଟଙ୍କାର ବ୍ୟୟ ଅଟକଳ

ଶ୍ରୀଲୋକନାଥ ମନ୍ଦିରର  ଉନ୍ନତିକରଣ କାର୍ଯ୍ୟ ପାଇଁ ୨ କୋଟି ଟଙ୍କାର ବ୍ୟୟ ଅଟକଳ

ପୁରୀ, ୦୬।୦୩: ପୁରୀ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଲୋକନାଥ ମନ୍ଦିରର ମଧ୍ୟ ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।ପୁରୀର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଲୋକନାଥ ମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଏଣିକି ଆଉ ଅସୁବିଧା ଭୋଗିବିକୁ ପଡିବନି। ଭକ୍ତଙ୍କ ପାଇଁ ଯାତ୍ରୀ ବିଶ୍ରାମଗାର ସହ ମାଗଣାରେ ଜୋତା ଷ୍ଟାଣ୍ଡର ବ୍ୟବସ୍ଥା କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।ମନ୍ଦିରର ଉନ୍ନତିକରଣ ପାଇଁ ୨କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହା ମଧ୍ୟରେ ଯାତ୍ରୀ ସୁବିଧା ଥିବା ବ୍ୟବସ୍ଥା ସହ କମ୍ୟୁନିଟି ସେଣ୍ଟର ପାଇଁ ୪୦ ଲକ୍ଷ ୫୮ ହଜାର ଟଙ୍କା, ମନ୍ଦିର ଚାରିପଟେ ପାଚେରୀ ଓ ନୂତନ ଦୋକାନ ଘର ନିର୍ମାଣ ନିମନ୍ତେ ୪୪ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ମନ୍ଦିର ସମ୍ମୁଖରେ ପେଭର ବ୍ଲକ ବିଛାଇବା, ଜିଆଇ ଗେଟ ତିଆରି କରିବା, ମୋଟର ସାଇକେଲ ଷ୍ଟାଣ୍ଡ, ପାଦ ଓ ହାତ ପ୍ରକ୍ଷାଳନ ବ୍ୟବସ୍ଥା ପାଇଁ ୪୯ ଲକ୍ଷ ୮୭ ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ପାର୍କିଂ ଅଞ୍ଚଳ ଓ ପାର୍ବତୀ ସାଗର ପୁଷ୍କରିଣୀର ଉନ୍ନତିକରଣ ପାଇଁ ୩୧ ଲକ୍ଷ ୬୨ ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବା ଜଣାପଡିଛି। ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।  ସବୁଠାରୁ ବଡ଼କଥା ହେଲା ସାମାନ୍ୟ ବର୍ଷା ହେଲେ ମନ୍ଦିର ଭିତରେ ଅନେକ ସମୟରେ ବର୍ଷା ଜଳ ଜମି ରହୁଥିବାରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।   ତେବେ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଏବେ ଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି  ।