ଖରାଦିନ ଆସିଲାଣି ଚାଲ ଟଙ୍କ ତୋରାଣି ପିଇବା…

ପୁରୀ,୬/୩:ଖରାଦିନ ଆରମ୍ଭରୁ ଟଙ୍କ ତୋରାଣିର ସ୍ୱାଦ୍ ଓଃ କି ଆତ୍ମତୃପ୍ତି । ତାହାକୁ ବର୍ଣ୍ଣନା କରିବା ଅସମ୍ଭବ । ସାରା ଜଗତରେ ଏମିତି ପାନୀୟ ନାହିଁ, ଯାହାକୁ ପିଇଲେ ଅନେକ ଲାଭ ମିଳିଥାଏ । ଶରୀରକୁ ଶକ୍ତି ଆଉ ଆନନ୍ଦ ଦେଇଥାଏ । ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କ ବଡ଼ ଦେଉଳ ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଧାଡ଼ି ଧାଡ଼ି ସୁଆର ଏବଂ ମହାସୁଆର ସେବାୟତମାନେ ଭକ୍ତମାନଙ୍କୁ ବିକ୍ରି କରିଥାନ୍ତି । ଯୁଗ ଯୁଗ ଧରି ପ୍ରତିଟି ଓଡ଼ିଆଙ୍କର ପ୍ରିୟ ଏହି ଟଙ୍କ ତୋରାଣି । ଯାହାକୁ ନପିଇଲେ ଯେମିତି ଅବଶୋଷ ରହିଯାଏ । ମହାପ୍ରଭୁଙ୍କ ଦର୍ଶନ ପରେ ମହାପ୍ରସାଦ ପାଇବା ଆଉ ଟଙ୍କତୋରାଣି ପିଇବା ଜଗନ୍ନାଥ ମହାପ୍ରଭୁଙ୍କର କରୁଣା । ଟଙ୍କା ତୋରାନି ପ୍ରସ୍ତୁତ କରିବାର ପ୍ରାମାଣିକ ଉପାୟ: ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦକୁ ପ୍ରଥମେ ପ୍ରଚୁର ପାଣିରେ ମିଶାଯାଏ । ଦହି ସହିତ ମିଶାଇ ଦିଆଯାଏ । ଏହି ଟଙ୍କ ତୋରାଣି ହେଉଛି ଏକ ମୁଖ୍ୟ ପାନୀୟ। ସାଧାରଣତ ଶ୍ରୀ ମନ୍ଦିର ଭିତରେ ମାଟି ପାତ୍ରରେ ପରିବେଷଣ କରାଯାଏ । ଦହି ଏବଂ ଲେମ୍ବୁ ରସ ,ଲେମ୍ବୁ ପତ୍ର ଧନିଆ ପତ୍ର, ମେଥି ପତ୍ର ପକାଯାଇଥାଏ। ଭଜା ଜିରା ପାଉଡର୍ ଏବଂ ଆମ୍ବ କସିଆ ଅଦା ମଧ୍ୟ ଏକ ସୁନ୍ଦର ସ୍ୱାଦ ଦେଇଥାଏ । ଏହି ପାନୀୟର ସ୍ୱାସ୍ଥ୍ୟ ଉପକାରି। ଏହି ପାନିୟ ସତେଜ ହେବା ସହିତ ଏକ ସଂପୂର୍ଣ୍ଣ ଗ୍ରୀଷ୍ମ ନିର୍ବାହକାରୀ ଅନେକ ଗୁଣ ଅଛି । ଏହା ଆମ ପେଟକୁ ସହଜରେ ଥଣ୍ଡା କରିଥାଏ।

-Advertisement-
-Advertisement-