ନୂଆଦିଲ୍ଲୀ ୦୭/୦୩: ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧା ଜାରି ରହିଛି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ଉଭୟ ନେତା ଫୋନରେ ପ୍ରାୟ ୩୫ ମିନିଟ୍ ଧରି ଆଲୋଚନା କରିଛନ୍ତି । ୟୁକ୍ରେନର ଲାଗି ରହିଥିବା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ। ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ କଥାବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଉଭୟ ନେତା ଯୁଦ୍ଧ ଓ ଯୁଦ୍ଧ ଜନିତ ପରିସ୍ଥିତି ଉପରେ କଥା ହୋଇଥିବା ସୂଚନା ମିଳିଛି । ଏହାବ୍ୟତୀତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି । ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ୟୁକ୍ରେନ ସରକାରଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଚାଲିଥିବା ପ୍ରୟାସରେ ପ୍ରଧାନମନ୍ତ୍ରୀ ୟୁକ୍ରେନ ସରକାରଙ୍କ ଠାରୁ ନିରନ୍ତର ସହାୟତା ଲୋଡିଛନ୍ତି । ଋଷ ଓ ୟୁକ୍ରେନ୍ ମଧ୍ୟରେ ତୃତୀୟ ପର୍ଯ୍ୟାୟ କଥାବାର୍ତା ମଧ୍ୟରେ ଆଜି ପୁଣି ଯୁଦ୍ଧ ବିରତ କରିଛି ଋଷିଆ । ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପରେ ମୋଦୀ ପୁଟିନଙ୍କ ସହ ମଧ୍ୟ କଥା ହେବେ ବୋଲି ଜଣାପଡିଛି ।
-Advertisement-
-Advertisement-