ଭୁବନେଶ୍ୱର,୧୧/୦୩: ଆସନ୍ତା ୧୮ରେ ଶ୍ରୀଲିଙ୍ଗରାଜଙ୍କ ଦୋଳଯାତ୍ରା । ଏହି ପର୍ବ ପାଳନ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ଦିନ ୧୨ଟାରୁ ୧ଟା ମଧ୍ୟରେ ଠାକୁରଙ୍କ ପହଣ୍ଡି ନୀତି ସମ୍ପନ୍ନ ହେବ । ଶ୍ରୀଜିଉ ଏହାପରେ ଦୋଳମଣ୍ଡପରେ ବିଜେ କରିବେ । ସେଠାରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ । ଦୋଳ ମଣ୍ଡପରେ ସମସ୍ତ ନୀତି ସମ୍ପାଦନ ପରେ ରାତି ୧୦ଟାରୁ ୧୧ଟା ୩୦ ମଧ୍ୟରେ ଗମ୍ଭୀରାକୁ ପ୍ରତ୍ୟାବର୍ତ୍ତନ କରିବେ । ଦୋଳ ପର୍ବ ଅବସରରେ ଶ୍ରୀଜିଉ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ନଗର ପରିକ୍ରମା କରି ବିଭିନ୍ନ ମଣ୍ଡପରେ ବିଜେ ହେବେ । ସେଠାରେ ଶ୍ରଦ୍ଧାଳୁଙ୍କ ଠାରୁ ଭୋଗରାଗରେ ଆପ୍ୟାୟିତ ହେବେ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମନ୍ଦିର ସିଂହଦ୍ୱାର ଠାରୁ ରଥଗଡ଼ା ଯାଏଁ ରାସ୍ତା ଉପରେ ତାପରୋଧକ ପ୍ରଲେପ ଦିଆଯିବ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ ମୃତୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
-Advertisement-
-Advertisement-