ଖେଳୁ ଖେଳୁ ପାଣି ବୁଡ଼ିଗଲେ ଭାଇ ଭଉଣୀ, ଚାଲିଗଲା ଦୁଇଟି କଅଁଳ ଜୀବନ ।

ରାଜକନିକା,୧୧/୩:କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଳକ୍ ଡ଼ଙ୍କାରୀ ଗ୍ରାମରେ ଖେଳୁ ଖେଳୁ ପାଣିରେ ବୁଡ଼ି ସଂପର୍କୀୟ ଭାଇ ଭାଉଣୀଙ୍କ ଅକାଳ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବର ମୁତାବକ ଗଂଜା ଗ୍ରାମର ବିନୋଦ ପାତ୍ରଙ୍କ ପୁଅ ବିଭୀଦ୍ ବିଭୋର ପାତ୍ର(୫) ମାମୁ ଘର ଡ଼ଙ୍କାରୀ ଗ୍ରାମକୁ ଆସିଥିଲେ । ଡ଼ଙ୍କାରୀ ଗ୍ରାମର ମାମୁ ଶୁକଦେବ ସାମଲଙ୍କ ଏକମାତ୍ର ଝିଅ ମାମୁନୀ ସାମଲ(୫)ଙ୍କ ସହିତ ଦିନ ପ୍ରାୟ ୧୧ଟା ସମୟରେ ନିଜ ବାଡ଼ିପଟେ ଖେଳୁ ଥିବା ସମୟରେ ଅସାବଧାନତା ହେତୁ ନିକଟରେ ରହିଥିବା ପୋଖରୀରେ ବୁଡ଼ିଯାଇଥିଲେ । ଏହି ଘଟଣା ସଂପର୍କରେ କେହି ହେଲେ କିଛି ଜାଣିପାରିନଥିଲେ । ଦିନ ପ୍ରାୟ ଗୋଟାଏ ସମୟରେ ପରିବାର ଲୋକେ ପୁଅଝିଅଙ୍କୁ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି ପରେ ବାଡ଼ିପଟେ ପୋଖରୀରେ ଭାସୁଥିବାର ଦେଖି ପୁଅଝିଅଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡ଼ାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ।

-Advertisement-
-Advertisement-