Home ଜାତୀୟ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ନୂତନ କ୍ୟାବିନେଟ ବାବଦରେ ଆଲୋଚନା କରିବେ ଯୋଗୀ ଆଦିତ୍ୟନାଥ

ଆଜି ପ୍ରଧାନମନ୍ତ୍ରୀଙ୍କ ସହ ନୂତନ କ୍ୟାବିନେଟ ବାବଦରେ ଆଲୋଚନା କରିବେ ଯୋଗୀ ଆଦିତ୍ୟନାଥ

ଆଜି ପ୍ରଧାନମନ୍ତ୍ରୀଙ୍କ ସହ ନୂତନ କ୍ୟାବିନେଟ ବାବଦରେ ଆଲୋଚନା କରିବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୧୩/୦୩:   ଉତ୍ତରପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ପରେ ଆଜି ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନୂତନ କ୍ୟାବିନେଟ ବାବଦରେ ଆଲୋଚନା କରିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି | ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବି.ଏଲ୍ ସନ୍ତୋଷ ପ୍ରମୁଖ ଉପସ୍ଥିତ ରହିବେ। ଏହି ଆଲୋଚନାରେ ଶପଥ ଗ୍ରହଣ ସମାରୋହର ତାରିଖ ମଧ୍ୟ ଆଲୋଚନା ହେବ।  ଆଦିତ୍ୟନାଥଙ୍କ ସହ ରାଜ୍ୟ ସଭାପତି ରତନ ଦେବ ସିଂ, ମନ୍ତ୍ରୀ ସୁନୀଲ ବନସଲ, ରାଜ୍ୟ ଦାୟିତ୍ୱରେ ଥିବା ରାଧା ମୋହନ ସିଂ ଯୋଗଦେବେ |