ଭୁବନେଶ୍ୱର, ୨୦।୩: ଆଜି ବିଶ୍ୱ ପଖାଳ ଦିବସ । ନେତାମାନେ ପଖାଳ ଦିବସରେ ପଖାଳ ଖାଇ ଶୁଭେଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁବ ଆନନ୍ଦର ସହ ପଖାଳ ଖାଇ ବିଶ୍ୱ ପଖାଳ ଦିବସ ପାଳିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଖାଳ ଖାଇ ବିଶ୍ୱ ପଖାଳ ଦିବସ ପାଳିଛନ୍ତି । ପଖାଳ ଖାଇ ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି ଆମ ଓଡିଆ ଲୋକଙ୍କ ପ୍ରିୟ ଖାଦ୍ୟ ପାଖାଳ ଖାଇ ବହୁତ ଖୁସି ଲାଗୁଛି । ମତେ ପଖାଳ ଖାଇବାକୁ ବହୁତ ଭଲ ଲାଗେ । ପଖାଳ ସହିତ ଅନ୍ୟ ସୁସ୍ବାଦୁ ଓଡିଆ ଖାଦ୍ୟର ସ୍ବାଦ ବାସ୍ତବରେ ଅତୁଳନୀୟ । ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରି ପକାଳ ଦିବସର ଶୁଭେଚ୍ଛା ଜଣାଇଥିଲେ । ଲେଖିଥିଲେ ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ‘ପଖାଳର ସ୍ଥାନ ସ୍ବତନ୍ତ୍ର । ଏହା କେବଳ ଆମ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ ।
-Advertisement-
-Advertisement-