ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ

ମାଲକାନାଗିରି, ୨୨/୦୩ :ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ |ମାଲକାନଗିରି ବଣ୍ଡାଘାଟିରେ ସୀତାକୁଣ୍ଡରୁ ଜଳ ଯିବ ଅଯୋଧ୍ୟା । ରାମ ମନ୍ଦିର ନିର୍ମାଣରେ ଏହି ଜଳ ଲାଗି ହେବ ବୋଲି ବହୁ ସାଧୁସନ୍ଥ ଏହି ସଂଗ୍ରହ କରିବା ପାଇଁ ଓଡ଼ିଶା ପହଞ୍ଚିଛନ୍ତି ।ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଆଜି ମାଲକାନାଗିରି ଜିଲ୍ଲାରେ ଥିବା ବଣ୍ଡା ଘାଟି ଗସ୍ତ କରିଛନ୍ତି। ସ୍ୱତନ୍ତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରାଜ୍ୟପାଳ ମୁଦୁଲିପଡ଼ାରେ ଥିବା ସୀମା ସୁରକ୍ଷା ବଳ (ବିଏସଏଫ) କ୍ୟାମ୍ପରେ ହେଲିକ୍ୟାପ୍ଟରରେ ପହଞ୍ଚିଥିଲେ। ପରେ ସେଠାରୁ ସେ କାରରେ ବଣ୍ଡା ଘାଟିର ସୀତା କୁଣ୍ଡ ପାଖରେ ଯାଇଥିଲେ । ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସେଠାରେ ଥିବା ସୀତା କୁଣ୍ଡରୁ ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିର ପାଇଁ ଜଳ ସଂଗ୍ରହ କରିଛନ୍ତି । ତେବେ ଏନେଇ ଆଜି ଏକ ବିରାଟ ସମାରୋହ ଆୟୋଜନ କରାଯାଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ବଣ୍ଡାଘାଟିରେ ଜଳ ସଂଗ୍ରହ ସମାରୋହରେ ଯୋଗ ଦେଇଥିଲେ ।ଏହାଛଡ଼ା ସେ ଶ୍ରୀରାମ ବନ ଗମନ କାବ୍ୟଯାତ୍ରାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ସୀତାକୁଣ୍ଡର ପାଣି ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚିିବ ବୋଲି ସୂଚନା ରହିଛି ।ସୀତା କୁଣ୍ଡରୁ ଜଳ ସଂଗ୍ରହ କରିବା ପରେ ବଣ୍ଡା ମହିଳାଙ୍କ ନାଚ ଗୀତର ତାଳେ ତାଳେ ରାଜ୍ୟପାଳଙ୍କୁ ସେଠାରେ ଥିବା ରାମ ମନ୍ଦିରକୁ ପାଛୋଟି ନିଆ ଯାଇଥିଲା। ସେଠାରୁ ରାଜ୍ୟପାଳ ଯାଇ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ କବି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବଣ୍ଡା ଜନଜାତିର ମୁଖ୍ୟ ସୁରେନ୍ଦ୍ର ନାଏକଙ୍କୁ ମଞ୍ଚ ଉପରେ ସମ୍ମାନିତ କରିଥିଲେ। ଏହା ପରେ ରାଷ୍ଟ୍ରୀୟ କବି ସମ୍ମିଳନୀର ଅଧ୍ୟକ୍ଷ ଜଗଦୀଶ ମିତ୍ତଲ ରାଜ୍ୟପାଳଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ବଣ୍ଡା ଜନଜାତିର ବିକାଶ ପାଇଁ ରାଜ୍ୟପାଳ ତାଙ୍କ ନିଜସ୍ୱ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହ ତାଙ୍କୁ ପାଛୋଟି ନେଉଥିବା ବଣ୍ଡା ମହିଳାମାନଙ୍କ ପାଇଁ ଆଉ ୧ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ସେ ଘୋଷଣା କରିଛନ୍ତି। 

-Advertisement-
vlcsnap 2022 03 22 18h18m52s814
-Advertisement-