୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ଶର୍ମିଷ୍ଠାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ,୨୨।୦୩ : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ   ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । କୋର୍ଟରେ ହାଜର ହେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ତେବେ ଆଜି ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା । ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ନେଇ ତାଙ୍କ ପରିବାର ପକ୍ଷରୁ ଫେବ୍ରୁଆରି ୧୪ ତାରିଖରେ ଅଭିଯୋଗ କରାଯାଇଥିଲା। ଚାନ୍ଦବାଲି ଥାନା ପୋଲିସ ଆଇପିସିର ଦଫା ୩୬୩ ଓ ୩୪ ଦଫାରେ ମାମଲା ରୁଜୁ କରିଥିଲା। ପରେ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇ ସରିଛି, ଏବଂ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ଏକାଧିକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ହେଲେ ଶର୍ମିଷ୍ଠା ଏବେବି ଫେରାର ଏବଂ ତାଙ୍କ ନିକଟରେ ପହଁଚିବା ପୋଲିସ ପାଇଁ ଏବେବି ସମ୍ଭବ ହୋଇପାରିନାହିଁ ।ସେପଟେ ଘଟଣାରେ ଅବସରପ୍ରାପ୍ତ ସୂଚନା ଅଧିକାରୀ ନିରଞ୍ଜନ ସେଠୀକୁ ଗିରଫ କରିଛି ପୋଲିସ । ଏବେ ଯାଏଁ ଘଟଣାରେ ମୋଟ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଆଉ କିଛି ଅଭିଯୁକ୍ତଙ୍କୁ ଘଟଣାରେ ଅଟକ ରଖିଛି ପଚରାଉଚରା କରୁଛି ପୋଲିସ ।ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଭଦ୍ରକ ପୁଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏନେଇ ଭଦ୍ରକ ଏସପି ଚରଣ ସିଂ ମିନା ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ପୁଲିସର ୪ ଗୋଟି ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ଖୋଜ ଖବର ନେଉଛନ୍ତି। ତାଙ୍କୁ ନିଶ୍ଚିତ ଗିରଫ କରାଯିବ ବୋଲି ଏସପି କହିଛନ୍ତି। ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ, ରଞ୍ଜନ ନାୟକଙ୍କ ସହିତ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ପାଖରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି। 

-Advertisement-
-Advertisement-