Home ତାଜା ଖବର ଆଜିଠୁ ଆରମ୍ଭ ହେବ ତୋଷାଳି ମେଳା,ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହେବ ତୋଷାଳି ମେଳା,ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହେବ ତୋଷାଳି ମେଳା,ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୮।୦୩ : ଆଜିଠୁ ଆରମ୍ଭ ହେବ ତୋଷାଳି ମେଳା ।  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ଚଳିତ ମାସ ୨୮ ତାରିଖ ଅର୍ଥାତ ଆଜି ଠାରୁ ଆରମ୍ଭ ହେବ । ଭୁବନେଶ୍ୱରର ଜନତା ମୈଦାନରେ ହେବାକୁ ଥିବା ଏହି ମେଳା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।  ଏଥିରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ତେବେ ଏହି ମେଳା ଅପରାହ୍ନ ୩ରୁ ରାତି ୧୦ ଯାଏ ଚାଲିବା ମେଳା ପରିସରରେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି। ଚଳିତ ବର୍ଷ ଏହି ମେଳାରେ ୩୯୦ଟି ହସ୍ତତନ୍ତ ଷ୍ଟଲ ସ୍ଥାନ ପାଇବ।  ଓଡିଶା ସମେତ ଦେଶ ର ବିଭିନ୍ନ ରାଜ୍ୟରୁ ୯୦ ବୁଣାକାର ଓ ୧୫୦ ଜଣ କାରିଗର ଅଂଶ ଗ୍ରହଣ କରିବେ। ଚଳିତ ବର୍ଷ ମେଳାରେ ୧୫ ଲକ୍ଷ ଜନ ସମାବେଶ ସହିତ ୧୫ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ମେଳାର ‘ଥିମ୍ ପାଭିଲିଅନ୍ ’ରେ ସଂକଳ୍ପ ଜାତୀୟ ପ୍ରକଳ୍ପ ଅଧୀନରେ କେନ୍ଦ୍ରାପଡ଼ାର କାଇଁଚ ହସ୍ତଶିଳ୍ପକୁ ପ୍ରଦର୍ଶନ କରାଯିବ।