ଆଜି ଭାରତ ଗସ୍ତରେ ଆସିବେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୩୧/୦୩: ଆଜି ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଫେବ୍ରୁଆରୀ ୨୪ରେ ରୁଷ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯିବା ପରଠାରୁ ରୁଷର ଏହା ପ୍ରଥମ   ଭାରତ ଗସ୍ତ ।ୟୁକ୍ରେନ୍‌ରେ ଯୁଦ୍ଧ ଆରମ୍ଭ ପରେ ରୁଷ୍‌ର ଭାରତ ସହ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି। ରୁଷ୍ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦଲୀପ ସିଂହ ଏବଂ ବ୍ରିଟେନ୍‌ ବିଦେଶ ସଚିବ ଲିଜ୍‌ ଟ୍ରସ୍‌ଙ୍କ ଭାରତ ଗସ୍ତ ସହ ଏକ ସଂଯୋଗ। ଟ୍ରସ୍ ଗୁରୁବାର ଭାରତ ଗସ୍ତରେ ଆସିବାକୁ ଥିବାବେଳେ ୩୦ ଏବଂ ୩୧ରେ ସିଂହଙ୍କ ଗସ୍ତ ରହିଛି। ସେହିପରି ଜର୍ମାନ ବିଦେଶ ଏବଂ ସୁରକ୍ଷା ନୀତି ଉପଦେଷ୍ଟା ଜେନ୍‌ସ ପ୍ଲଟ୍‌ନର ଆଜି ଭାରତ ଗସ୍ତରେ ଆ‌ସିଛନ୍ତି। ଲାଭରୋଭ ବର୍ତ୍ତମାନ ଦୁଇଦିନିଆ ଚୀନ୍‌ ଗସ୍ତରେ ଅଛନ୍ତି । ଚୀନ୍‌ରୁ ସେ ସିଧାସଳଖ ଭାରତରେ ପହଞ୍ଚିବେ । ଅନ୍ୟପକ୍ଷରେ ବ୍ରିଟେନ୍‌ର ବିଦେଶ ସଚିବ ଲିଜ୍‌ ଟ୍ରୁସ୍‌ ଏବଂ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦଲୀପ ସିଂହ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି ।ୟୁକ୍ରେନ୍‌ ଉପରେ ହମ୍‌ଲାକୁ ନେଇ ରୁଷକୁ ବିଭିନ୍ନ ଦେଶ ନିନ୍ଦା କରିସାରିଥିବା ବେଳେ ଚୀନ୍‌ ଓ ଭାରତ ଚୁପ୍‌ ରହିଛନ୍ତି । ଜାତିସଂଘରେ ରୁଷ ବିରୋଧୀ ଭୋଟିଂରୁ ଭାରତ ବାରମ୍ବାର ଦୂରେଇଛି । ଏହାକୁ ନେଇ ଆମେରିକା ଓ ବ୍ରିଟେନ୍‌ ଭଳି ଦେଶ ଭାରତକୁ ସମାଲୋଚନା କରୁଛନ୍ତି । ଏ ପରିସ୍ଥିତିରେ ଲାଭରୋଭଙ୍କ ଭାରତ ଗସ୍ତ ବେଶ୍‌ ଗୁରୁତ୍ୱ ବହନ କରୁଛି ।

-Advertisement-
-Advertisement-