ଆନ୍ଧ୍ରରେ ସୃଷ୍ଟି ହେଲା ଆଉ ୧୩ ନୂଆ ଜିଲ୍ଲା,ଆଜି ଉଦ୍‌ଘାଟନ କରିବେ ମୁଖମନ୍ତ୍ରୀ

ନୂଆଦିଲ୍ଲୀ, ୦୪/୦୪: ଆଜି ଆନ୍ଧ୍ର ପ୍ରଦେଶ   ୧୩ଟି ନୂଆ ଜିଲ୍ଲା ଗଠନ କରିବ। ଆନ୍ଧ୍ର ପ୍ରଦେଶର ୧୩ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇ ସମୁଦାୟ ଜିଲ୍ଲା ସଂଖ୍ୟା ୨ଗୁଣ ବା ୨୬କୁ ବୃଦ୍ଧି କରାଯାଇଛି । ଆନ୍ଧ୍ରପ୍ରଦେଶ ବିଭାଜନ ପରେ ୧୩ଟି ଜିଲ୍ଲା ଥିବା ବେଳେ ଏହାର ସଂଖ୍ୟା ଏବେ ୨୬କୁ ବୃଦ୍ଧି ପାଇଁ ଜଗନ ସରକାର ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏହାକୁ ଉଦଘାଟନ କରିବେ। ସେହିପରି ନୂଆ ଜିଲ୍ଲା ୱେବ ପୋର୍ଟାଲ ଏବଂ ମ୍ୟାପ ଉନ୍ମୋଚନ କରିବେ ଜଗନ। ଏହା ପୂର୍ବରୁ ନୂଆ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କ ନାଁ ଗତକାଲି ପ୍ରକାଶ କରାଯାଇଛି। ଆନ୍ଧ୍ରର ମସୁଧା ଅନୁସାରେ ପୂର୍ବରୁ କୋଟିଆ ବିଜୟ ନଗରମ ଜିଲ୍ଲାରେ ଥିବା ବେଳେ ନୂଆ ବ୍ୟବସ୍ଥା ଅନୁସାରେ ଏବେ ପାର୍ବତୀପୁରମ ଜିଲ୍ଲାରେ ରହିବ। କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ା ନୂଆ ପାର୍ବତୀପୁରମ ଜିଲ୍ଲାରେ ସ୍ଥାନ ଦେବା ଲାଗି ଆନ୍ଧ୍ର ପ୍ରଦେଶ ଯୋଜନା କରୁଛି। ଆନ୍ଧ୍ରପ୍ରଦେଶ ୨୦୧୪ରେ ଦୁଇଟି ଅଲଗା ରାଜ୍ୟ ଭାବେ ବିଭକ୍ତ ହୋଇଥିଲା । ତେଲେଙ୍କାନା ଭାବେ ନୂଆ ରାଜ୍ୟ ଗଛି ଉଠିଥିଲା । ସେବେଠୁ ଆନ୍ଧ୍ରର ଜିଲ୍ଲାକୁ ଭାଗ ଭାଗ କରାଯାଇନଥିଲା । ତେବେ ପ୍ରଶାସନିକ କାର୍ଯ୍ୟକଳାପ ସହଜ ପାଇଁ ମୁଖ୍ୟମନ୍ତ୍ରୀ ଜଗନ ଏବେ ୧୩ଟି ଜିଲ୍ଲାକୁ ୨୬ଟିରେ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।

-Advertisement-
-Advertisement-