ପୁରୀ ୦୬/୦୪: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗାଯିବା ଘଟଣାରେ ପୋଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଜେ. ମହାପାତ୍ର ଓ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ।ତାଙ୍କର ବୟସ ୩୦ ବର୍ଷ। ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ନେଇ ଜେ. ମହାପାତ୍ର ସ୍ୱୀକାର କରିଛନ୍ତି। ପୁରୀ ଏସ୍ପି କନୱର ବିଶାଲ ସିଂ ଏନେଇ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ଏଭଳି କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ଅଭିଯୁକ୍ତ । ତେବେ କାହିଁକି ଏଭଳି କଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଯେତିକି ଜଣାପଡିଛି ଅଭିଯୁକ୍ତ କହିଛି ଯେ, ଭଲ ଲାଗିଲାନି ବୋଲି ଚୂଲି ଭାଙ୍ଗିଦେଲି । ଆଗକୁ ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ କରାଯିବ । ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣାଯାଇପାରେ । ଏହାସହ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇପାରେ ବୋଲି ଏସପି କହିଛନ୍ତି ।
-Advertisement-
-Advertisement-