Home ତାଜା ଖବର ପୁରୀରେ ନେତାଜୀ ଜୟନ୍ତୀ

ପୁରୀରେ ନେତାଜୀ ଜୟନ୍ତୀ

ପୁରୀରେ ନେତାଜୀ ଜୟନ୍ତୀ

ପୁରୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ପାଳିତ ହୋଇଛି l ସ୍ଥାନୀୟ ନେତାଜୀ ସଂଗ୍ରହାଳୟ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ମାଲ୍ୟାର୍ପଣ କରି ନେତାଜୀଙ୍କର ଦୃଢ଼ ନେତୃତ୍ୱ ତଥା ଦେଶ ମାତୃକା ପାଇଁ ତ୍ୟାଗ, ବୀରତ୍ବ ଓ ଦେଶପ୍ରେମର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ନେତାଜୀ ସ୍ମୃତି ପରିଷଦର ସଭାପତି ଡଃ ବିପିନାନନ୍ଦ ମିଶ୍ର, ଆବାହକ ଶ୍ରୀ ଶିବପ୍ରସାଦ ମିଶ୍ର, ପୃଷ୍ଠପୋଷକ ଜଗନ୍ନାଥ ବସ୍ତିଆ, ସଂପାଦକ ଶ୍ରୀ ଜଗନ୍ନାଥ ଦେଓ, ଶ୍ରୀ ଟୁନା ନାୟକ, ଶ୍ରୀ ଅନାମ ଚନ୍ଦ୍ର ସାହୁ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନେତାଜୀଙ୍କ ସାହସିକତା ଯୁବସମାଜ ପାଇଁ ନିଶ୍ଚିତ ଭାବେ ଯୁବେ ଯୁଗେ ପ୍ରେରଣାଦାୟୀ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ।

Previous article ଶ୍ରୀମନ୍ଦିର ବନ୍ଦ କୁ ବିରୋଧ
Next article ଗବେଷକଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା
ଶ୍ରୀ ସଞ୍ଜୟ ଅଗ୍ରୱାଲ ପୁରୀ ସହରର ସ୍ଥାୟୀ ବାସିନ୍ଦା ଓ ପେଷାରେ ଜଣେ ସାମ୍ବାଦିକ । ଏକ ପ୍ରୀତିଷ୍ଟିତ ବ୍ୟବସାୟୀ ପରିବାରରୁ ଆସିଥିବା ଶ୍ରୀ ଅଗ୍ରୱାଲ ପୁରୀ ସହରରେ ଚୂନିଆ ବାବୁ ଭାବରେ ଭଲ ଭାବରେ ପରିଚିତ। ପେସା ସାମ୍ବାଦିକତା ହେଲେ ମଧ୍ୟ ଶ୍ରୀ ଅଗ୍ରୱାଲ ଜଣେ ଆଗ ଧାଡିର ଯୁବ ସାମାଜିକ କର୍ମୀ ଓ ପୁରୀର ବିଭିନ୍ନ ଅନୁଷ୍ଠାନ ସହ ଜଡିତ । ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବରେ ଶ୍ରୀ ଅଗ୍ରୱାଲଙ୍କୁ ପାଇ ପୁରୀ.ଭାରତ ଗର୍ବିତ !