Home ଜାତୀୟ ପ୍ରଧାନମନ୍ତ୍ରୀଙ୍କ ସହ ବ୍ରେକ୍‌ଫାଷ୍ଟ ବୈଠକ, ଯୋଗ ଦେଲେ ଓଡ଼ିଶା, ଦିଲ୍ଲୀ, ହରିୟାଣା ଓ ଉତ୍ତରାଖଣ୍ଡର ବିଜେପି ସାଂସଦ

ପ୍ରଧାନମନ୍ତ୍ରୀଙ୍କ ସହ ବ୍ରେକ୍‌ଫାଷ୍ଟ ବୈଠକ, ଯୋଗ ଦେଲେ ଓଡ଼ିଶା, ଦିଲ୍ଲୀ, ହରିୟାଣା ଓ ଉତ୍ତରାଖଣ୍ଡର ବିଜେପି ସାଂସଦ

ପ୍ରଧାନମନ୍ତ୍ରୀଙ୍କ ସହ ବ୍ରେକ୍‌ଫାଷ୍ଟ ବୈଠକ, ଯୋଗ ଦେଲେ ଓଡ଼ିଶା, ଦିଲ୍ଲୀ, ହରିୟାଣା ଓ ଉତ୍ତରାଖଣ୍ଡର ବିଜେପି ସାଂସଦ

ନୂଆଦିଲ୍ଲୀ ୦୭/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶେଷ ହୋଇଛି breakfast ବୈଠକ । ବିଭିନ୍ନ ବିଷୟରେ ସାଂସଦଙ୍କୁ ଆଲୋଚନା ମାଧ୍ୟମରେ ଗୁରୁମନ୍ତ୍ର ଦେଇଛନ୍ତି ମୋଦି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସାଂସଦ। ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ।ସଦମାନଙ୍କ ଭୂମିକା କିଭଳି ହେବା କଥା, ଲୋକଙ୍କ ସହ କିଭଳି ସମ୍ପର୍କ ରଖିବେ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ। କଥାବାର୍ତ୍ତା ଏବଂ ଆଲୋଚନା ମାଧ୍ୟମରେ ଦଳକୁ କିପରି ସକ୍ରିୟ ରଖିବା ତାହା ପାର୍ଟିର ଦାୟିତ୍ଵ । ତାକୁ କିପରି ସୁଦୃଢ କରିବେ, ଲୋକଙ୍କୁ ସେବା ଯୋଗାଇଦେବା କଥା । ସାଂଗଠନିକ ସ୍ଥିତିକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ନେଇ ଚର୍ଚ୍ଚା ଆଲାଚୋନା କରିଥିଲେ । ଏହାସହ କେନ୍ଦ୍ର ସରକାରଙ୍କ ‘ସବ୍‌କା ସାଥ ସବ୍‌କା ବିକାଶ’ ବାର୍ତ୍ତା କେମିତି ଲୋକଙ୍କ ପାଖରେ ପହଞ୍ଚାଇବେ ସେନେଇ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ। ସାମାଜିକ ନ୍ୟାୟ କେମିତି ସମସ୍ତଙ୍କ ପାଖରେ ପହଞ୍ଚିବ ? ସାଂସଦମାନେ କେମିତି ଲୋକପ୍ରିୟତା ପାଇବେ ? ସେନେଇ ପ୍ରଧାନମନ୍ତ୍ରୀ ଟିପ୍ସ ଦେଇଥିଲେ। ଏହି ଅବସରରେ ଓଡ଼ିଶାର କଥା ଆଲୋଚନା ହୋଇଥିଲା।  କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡର ସାଂସଦ ଓ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ରର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ତୃଣମୂଳ ସ୍ଥରରେ ସଂଗଠନକୁ ସୁଦୃଢ କରିବା, ଲୋକଙ୍କ ସହ ମିଶି ବିଶ୍ୱାସଭାଜନ ହେବା ପାଇଁ ବିଜେପି ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ। ଆଜି ଓଡ଼ିଶା, ଦିଲ୍ଲୀ, ହରିୟାଣା ଓ ଉତ୍ତରାଖଣ୍ଡର ବିଜେପି ସାଂସଦ ଓ ମନ୍ତ୍ରୀଙ୍କୁ ନିଜ ବାସଭବନକୁ ବ୍ରେକ୍‌ଫାଷ୍ଟ ପାଇଁ ନିମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗୁରୁମନ୍ତ୍ର ଦେଇଛନ୍ତି।