Home ତାଜା ଖବର ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା, ନୀଳଗିରି ଆଇଆଇସି, ତଦନ୍ତକାରୀ ଅଧିକାରୀଙ୍କୁ ବଦଳି

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା, ନୀଳଗିରି ଆଇଆଇସି, ତଦନ୍ତକାରୀ ଅଧିକାରୀଙ୍କୁ ବଦଳି

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା, ନୀଳଗିରି ଆଇଆଇସି, ତଦନ୍ତକାରୀ ଅଧିକାରୀଙ୍କୁ ବଦଳି

ବାଲେଶ୍ଵର,୮/୪ : ନୀଳଗିରିର ସମ୍ବାଦ ତଥା କନକ ଟିଭି ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ପୁଲିସର ଅମାନୁଷିକ ଅତ୍ୟାଚାରକୁ ନେଇ ସବୁ ମହଲରେ ବିରୋଧ ପ୍ରକାଶ ପାଇବା ପରେ ପୁଲିସ ପ୍ରଶାସନ ପକ୍ଷରୁ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ବାଲେଶ୍ବର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏ ସମ୍ପର୍କରେ ପୂର୍ବାଞ୍ଚଳ ରେଞ୍ଜ୍ ଇନଚାର୍ଜ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।