ୟୁକ୍ରେନ ଯିବେ ଆମେରିକାର ରାଷ୍ଟ୍ରପତି!

ନୂଆଦିଲ୍ଲୀ,୧୫/୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଗସ୍ତ କରିବା ନେଇ ଆଶା କରାଯାଉଛି । ତେବେ ଏହି ସମୟରେ ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି ଏହି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଯେ ଯେ ବାଇଡେନ ପ୍ରଶାସନ ଜେଲେନସ୍କିଙ୍କ ସହ ସାକ୍ଷାତ କରିବାକୁ କିଭ୍‌କୁ ଜଣେ ଉଚ୍ଚ ସ୍ତରୀୟ ଅଧିକାରୀ ପଠାଇବାକୁ ଚିନ୍ତା କରୁଛି । । ବ୍ରିଟେନର ରାଷ୍ଟ୍ରପତି ବୋରିସ୍ ଜନସନ ନିକଟରେ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଅଚାନକ ଗ୍ରସ୍ତ କରିଥିଲେ । ଏହି ସମୟରେ ସେ ରୁଷର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା କିଭ୍ ସହରକୁ ବୁଲି ଦେଖିଥିଲେ । ଜନସନ ଜେଲେନସ୍କିଙ୍କ ସହ କିଭ୍‌ର ରାସ୍ତାରେ ବୁଲୁଥିବା ଦେଖାଯାଇଥିଲା । ଏହି ଘଟଣା ପରେ ବାଇଡେନ ୟୁକ୍ରେନ ଗସ୍ତ କରିବା ନେଇ ମନ ବଳାଇଥିବାର କୁହାଯାଉଛି। ରୁଷର ସାମରିକ ଯୁଦ୍ଧ ମଧ୍ୟରେ ଦେଶକୁ ସମର୍ଥନ ଜଣାଇବା ପାଇଁ ନିକଟରେ ଅନେକ ବିଦେଶୀ ନେତା ଏବଂ ବରିଷ୍ଠ ଅଧିକାରୀ ୟୁକ୍ରେନ ଗସ୍ତ କରିଛନ୍ତି।

-Advertisement-
-Advertisement-

Leave a Reply