ଅଚଳ… ରାଜଧାନୀ ରାଜ ରାସ୍ତା

ଭୁବନେଶ୍ୱର,୧୮/୪: ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଜମା ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଡ୍ରାଇଭର । ବିଭିନ୍ନ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ୧୦ ଦଫା ଦାବି ନେଇ ମହାସଂଘ ଆଜି ନବୀନ ନିବାସ ଘେରାଉ କରିବ । ଭୋରରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଏହି ଅବସରରେ ମାଷ୍ଟର କ୍ୟାଣ୍ଟିନରେ ଏକତ୍ରିତ ହୋଇଛନ୍ତି । ଫଳରେ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ୍ ଜାମ୍  ରହିଛି। ଭୁବନେଶ୍ଵର ରାଜ ରାସ୍ତା ଏକ ପ୍ରକାର ଅବଳ ହୋଇପଡିଛି। ଭୁବନେଶ୍ୱର : ଆଜି ଡ୍ରାଇଭର ମହାସଂଘର ପୁଣି ଆନ୍ଦୋଳନ ।ସମ୍ମାନ,ସୁରକ୍ଷା ଓ ବୀମା ଆଦି ବିଭିନ୍ନ ଦାବିରେ ଓଡିଶା ଡ୍ରାଇଭର ମହାସଂଘର ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ହଜାର ହଜାର ଡ୍ରାଇଭର ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଏକତ୍ରିତ ହେବାରୁ ରସୁଲଗଡ,ବାଣୀବିହାର ରାଜମହଲ,ଆଚାର୍ଯ୍ୟ ବିହାର,ଜୟଦେବ ବିହାର ଆଦି ଛକରେ ରାସ୍ତାଜାମ୍‍ ହୋଇଛି। ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦେବା ସହ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇନ ପ୍ରଣୟନ, ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ,ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ, ୫୫ ବର୍ଷ ପରେ ପେନସନ ଦେବାକୁ ଦାବି, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଗୃହନିର୍ମାଣ,ଡ୍ରାଇଭରଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବା, ଗାଡି ଗୁଡିକୁ ପାର୍କି ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମଗାର,ଶୌଚାଳୟର ବ୍ୟବସ୍ଥା, ଡ୍ରାଇଭର ମାନଙ୍କର ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ଗାଡି ଚଳାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଉ ଆଦି ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଛନ୍ତି।

-Advertisement-
-Advertisement-

Leave a Reply