ଭୁବନେଶ୍ୱର,୨୯/୦୪ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୪ ରାତି ବା ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେଇପାରେ । ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ଆସନ୍ତା ୩ ଦିନ ପରେ ତାତି ସାମାନ୍ୟ କମିବ । କାଳବୈଶାଖୀ ପ୍ରଭାବରେ ଗ୍ରୀଷ୍ମ ଲହରୀରେ ଲାଗିବ ବ୍ରେକ୍ । ଆସନ୍ତା ମେ’ ୧/୨ ତାରିଖବେଳକୁ ତାପମାତ୍ରା ୨ ଡିଗ୍ରୀ କମିପାରେ । ଆସନ୍ତା ୧ ତାରିଖବେଳକୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭/୩୮ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଏବେ ୪୩-୪୫ ଡିଗ୍ରୀ ତାତିରେ ଭାଜି ହେଉଥିବାବେଳେ ସେତେବେଳକୁ ପାରଦ ୪୨ ଡିଗ୍ରୀକୁ ଖସିପାରେ ।
-Advertisement-
-Advertisement-