Home ତାଜା ଖବର କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ବନ୍ଦ ରହିବ ଭିତରକନିକା

କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ବନ୍ଦ ରହିବ ଭିତରକନିକା

କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ  ବନ୍ଦ ରହିବ ଭିତରକନିକା
image source:Lastest Duniya

କେନ୍ଦ୍ରାପଡା,୩୦।୪:ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ମେ’ ମାସ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ତିନିମାସ ଧରି ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରଖାଯିବ। ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି ଏବଂ ଅଣ୍ଡା ଦେବା ପାଇଁ ସ୍ଥଳ ଭାଗକୁ ଉଠି ଆସିଥାନ୍ତି ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ଉଦ୍ୟାନକୁ ତିନିମାସ ଧରି ବନ୍ଦ ରଖାଯିବ। ଅଗଷ୍ଟ ୧ ତାରିଖରୁ କୋଭିଡ ନିୟମ ଅନୁଯାୟୀ ପୁଣି ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି  ସୂଚନା ଦେଇଛନ୍ତି ଭିତରକନିକା ଅଭୟାରଣ୍ୟ ଡିଏଫଓ ଯଜ୍ଞଦତ୍ତ ପତି ।