ଭୁବନେଶ୍ୱର, ୪।୫ : ଯୁଦ୍ଧ କିମ୍ବା ଉଗ୍ରବାଦର ମୁକାବିଲା କରିବା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ଓଡ଼ିଆ ଯବାନମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣକୁ ପାଞ୍ଚ ଲକ୍ଷ ଟଙ୍କାରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧିି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦ ମାନଙ୍କ ସମ୍ପର୍କୀୟଙ୍କ ପାଇଁ ସରକାରୀ ଆର୍ଥିକ ସହାୟତା ପରିମାଣକୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ବାର୍ତ୍ତାରେ ଏହି ସୂଚନା ଦିଆଯାଇଛି ।ସମାରିକ ତଥା ଅର୍ଦ୍ଧସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରାଣବଳୀ ଦେଉଥିବା ଯବାନ ଓ ଅଫିସରମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହୀଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି। ପ୍ରାଥମିକ ଭାବରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ ୨୦୧୦ ଓ ୨୦୧୨ ରେ ଏହାକୁ ଯଥା କ୍ରମେ ଦୁଇ ଲକ୍ଷ ଓ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।
-Advertisement-
-Advertisement-