ନୂଆଦିଲ୍ଲୀ: ଗତକାଲି ରାତ୍ରି ପ୍ରାୟ ୯ ଟା ୩୪ ମିନିଟ୍ ସମୟରେ ସମଗ୍ର ଉତ୍ତର ଭାରତ ତଥା ପାକିସ୍ତାନ, ଆଫଗାନିସ୍ତାନ ଓ କାଜାକିସ୍ତାନ ଆଦି ଅଞ୍ଚଳରେ ୫.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଅଛି ୲ ଏହି ଭୂମିକମ୍ପର କେନ୍ଦ୍ର ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ କାଜାକିସ୍ତାନ ସୀମାନ୍ତରେ ଅବସ୍ଥିତ ହିନ୍ଦୁକୁସ ପର୍ବତମାଳାରେ ଭୁପୃଷ୍ଠ ରୁ ୧୮୧ କି.ମି. ତଳେ ବୋଲି ଅନୁସନ୍ଧାନ ରୁ ଜଣାପଡିଛି ୲ ସମଗ୍ର ପାକିସ୍ତାନରେ ଏହି ଭୂମିକମ୍ପ ଅନୁଭୂତ ହେବା ସହ ଭାରତରେ ଜମ୍ମୁକାଶ୍ମୀର ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଛି ୲ ଏହି ଭୂକମ୍ପ ପ୍ରଭାବିତ ଅଞ୍ଚଳର ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ ଓ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ୲ ବିଗତ କିଛି ଦିନ ମଧ୍ୟରେ ଏହି ଭଳି ଭୂକମ୍ପ ବାରମ୍ବାର ଅନୁଭୂତ ହେଉଥିବାରୁ କିଛିଦିନ ଗୋଟିଏ ବଡ ଧରଣର ଅଘଟଣ ଆଶଙ୍କା କରି ଲୋକେ ଆତଙ୍କିତ ଅଛନ୍ତି ୲
-Advertisement-
-Advertisement-