ସଞ୍ଜୟ ଅଗ୍ରୱାଲ – କଳିଙ୍ଗ.ଭାରତ https://xn--ohcef7hqc8d.xn--3hcrj9c ଓଡିଶାର ଟିକିନିଖି ଖବର Sun, 27 Feb 2022 17:24:17 +0000 en-US hourly 1 https://wordpress.org/?v=6.6.2 https://i0.wp.com/xn--ohcef7hqc8d.xn--3hcrj9c/wp-content/uploads/2022/03/cropped-KB_Favicon.jpg?fit=32%2C32&ssl=1 ସଞ୍ଜୟ ଅଗ୍ରୱାଲ – କଳିଙ୍ଗ.ଭାରତ https://xn--ohcef7hqc8d.xn--3hcrj9c 32 32 205229502 ଆଚାର୍ଯ୍ୟ ହରିହରଙ୍କ ୧୪୩ତମ ଜୟନ୍ତୀ ପାଳିତ https://xn--ohcef7hqc8d.xn--3hcrj9c/%e0%ac%86%e0%ac%9a%e0%ac%be%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f-%e0%ac%b9%e0%ac%b0%e0%ac%bf%e0%ac%b9%e0%ac%b0%e0%ac%99%e0%ad%8d%e0%ac%95-%e0%ad%a7%e0%ad%aa%e0%ad%a9%e0%ac%a4%e0%ac%ae/ Sun, 27 Feb 2022 17:23:25 +0000 https://xn--ohcef7hqc8d.xn--3hcrj9c/?p=2198 ପୁରୀ- ତା. ୨୭.୦୨.୨୦୨୨: ପୁଣାତ୍ମା ଆଚାର୍ଯ୍ୟ ହରିହରଙ୍କ ଜିଲ୍ଲାସ୍ତରୀୟ ୧୪୩ତମ ଜୟନ୍ତୀ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ଆନୂକୁଲ୍ୟରେ ମିଳିତ ଭାବେ ପାଳିତ ହୋଇଛି । ପ୍ରାରମ୍ଭରେ ଆଚାର୍ଯ୍ୟ ହରିହରଛକ ସ୍ଥିତ ହରିହର ଏବଂ ଗାନ୍ଧୀସ୍ମୃତିପୀଠସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

IMG 20220227 WA0000

ଏହାପରେ ଗାନ୍ଧୀସ୍ମୃତିପୀଠରେ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦର ସଭାପତି ଶ୍ରୀ ଉମାବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭାରେ ଅନୁଷ୍ଠିତ ହୋଇଛି I ଆଚାର୍ଯ୍ୟ ହରିହରଙ୍କ ବାଣୀ, ସେବା ଓ ତ୍ୟାଗ ଉତ୍ତର ପିଢି ନିମନ୍ତେ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ । ହରିହରଙ୍କ ସରଳ ଜୀବନ ଯାପନ ଓ ଜୀବନାଦର୍ଶ ଉପରେ ଅତିଥିମାନେ ଆଲୋକପାତ କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା, ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ବିଜୟ କୁମାର ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସୁଧାକର ମହାପାତ୍ର,ଶ୍ରୀ ଗଙ୍ଗାଧର ଦାଶ, ଶ୍ରୀ ଜଗନ୍ନାଥ ବାରିକ ପ୍ରମୁଖ ଆଲୋଚନାରେ ଭାଗନେଇ ହରିହରଙ୍କ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ଶିବ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ନବକିଶୋର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଫେସର ମାନସ ରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

IMG 20220227 WA0001

ଏହି ଅବସରରେ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ପକ୍ଷରୁ ପୁରୀ ଜିଲ୍ଲା ସ୍କୁଲର ଛାତ୍ରୀ ସୁଶ୍ରୀ ସଙ୍ଘମିତ୍ର‍ା ବେହେରା, ସୁଶ୍ରୀ ଶୁଭ୍ରା ସାଲୋନୀ ସେଠୀ, ସୁଶ୍ରୀ ସେଲିନା ସେଠୀ ଏବଂ ଶ୍ରୀ ରାମଚନ୍ଦ୍ରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସାଇ ଇପସିତା ପାଢୀ, ସୁଶ୍ରୀ ସନ୍ତୋଷୀ ଦାଶଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ ।

]]>
2198
ଚୈତନ୍ୟ ଗୌଡୀୟ ମଠରେ ରାଷ୍ଟ୍ରପତି https://xn--ohcef7hqc8d.xn--3hcrj9c/%e0%ac%9a%e0%ad%88%e0%ac%a4%e0%ac%a8%e0%ad%8d%e0%ad%9f-%e0%ac%97%e0%ad%8c%e0%ac%a1%e0%ad%80%e0%ad%9f-%e0%ac%ae%e0%ac%a0%e0%ac%b0%e0%ad%87-%e0%ac%b0%e0%ac%be%e0%ac%b7%e0%ad%8d%e0%ac%9f%e0%ad%8d/ Sun, 20 Feb 2022 06:50:04 +0000 https://xn--ohcef7hqc8d.xn--3hcrj9c/?p=1951 ପୁରୀ, ୨୦/୦୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୌଡୀୟ ମିଶନ ପ୍ରତିଷ୍ଠାତା ଶ୍ରୀଳ ଭକ୍ତିସିଦ୍ଧାନ୍ତ ଗୋସ୍ବାମୀ ପ୍ରଭୁପାଦଙ୍କ ଆଜି ୧୫୦ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି। ପୁରୀ ସ୍ଥିତ ଚୈତନ୍ୟ ଗୌଡୀୟ ମଠକୁ ଯାଇ ଶ୍ରୀଳ ଭକ୍ତି ସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମଲ୍ୟ ଅର୍ପଣ କରିବା ପରେ ରାଷ୍ଟ୍ରପତି ଶରଧାବାଲି ଠାରେ ଅନୁଷ୍ଠିତ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଯେ ପୁରୀ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ବାରମ୍ବାର ତାଙ୍କ ଦର୍ଶନ ଲାଭ କରିବାର ଦୁର୍ମୁଲ୍ୟ ସୌଭାଗ୍ୟ ଅର୍ଜନ କରିଛନ୍ତି ।

WhatsApp Image 2022 02 20 at 12.17.16
]]>
1951
ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୬.୩୨ ପ୍ରତିଶତ ମତଦାନ https://xn--ohcef7hqc8d.xn--3hcrj9c/%e0%ac%9c%e0%ac%bf%e0%ac%b2%e0%ad%8d%e0%ac%b2%e0%ac%be%e0%ac%b0%e0%ad%87-%e0%ac%aa%e0%ad%8d%e0%ac%b0%e0%ac%a5%e0%ac%ae-%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%be%e0%ad%9f/ Wed, 16 Feb 2022 16:46:56 +0000 https://xn--ohcef7hqc8d.xn--3hcrj9c/?p=1739 ପୁରୀ- ତା. ୧୬.୦୨.୨୦୨୨- ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୬.୩୨ ପ୍ରତିଶତ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ୩୦୮୨୪୧ ଜଣ ମତଦାତାଙ୍କ ମଧ୍ୟରୁ ୭୬.୩୨ ପ୍ରତିଶତ ମତଦାନ ହୋଇଛି । ତିନୋଟି ବ୍ଲକର ୭୪ଟି ପଞ୍ଚାୟତରେ ୨୪୨ ଜଣ ସରପଞ୍ଚ, ୨୦୭ ଜଣ ସମିତି ସଭ୍ୟ, ୧୭୬୬ ଜଣ ୱାର୍ଡମେମ୍ବର ଏବଂ ୮ଟି ଜିଲ୍ଲାପରିଷଦ ଜୋନରେ ୪୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଏହି ପର୍ଯ୍ୟାୟରେ କୃଷ୍ଣପ୍ରସାଦ ବ୍ଲକରେ ୭୩୫୯୨ ଜଣ ଭୋଟରଙ୍କ ମଧ୍ୟରୁ ୭୮ ପ୍ରତିଶତ, ବ୍ରହ୍ମଗିରିରେ ୧୧୫୩୧୨ ଜଣ ଭୋଟରଙ୍କ ମଧ୍ୟରୁ ୭୯.୯୬ ପ୍ରତିଶତ ଏବଂ କଣାସର ୧୧୯୩୩୭ ଭୋଟରଙ୍କ ମଧ୍ୟରୁ ୭୧ ପ୍ରତିଶତ ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: sambadenglish.com

]]>
1739
ମହାମହିମ ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ https://xn--ohcef7hqc8d.xn--3hcrj9c/%e0%ac%ae%e0%ac%b9%e0%ac%be%e0%ac%ae%e0%ac%b9%e0%ac%bf%e0%ac%ae-%e0%ac%b0%e0%ac%be%e0%ac%b7%e0%ad%8d%e0%ac%9f%e0%ad%8d%e0%ac%b0%e0%ac%aa%e0%ac%a4%e0%ac%bf%e0%ac%99%e0%ad%8d%e0%ac%95-%e0%ac%aa%e0%ad%81/ Tue, 15 Feb 2022 13:19:16 +0000 https://xn--ohcef7hqc8d.xn--3hcrj9c/?p=1627 ପୁରୀ- ତା.୧୫.୦୨.୨୦୨୨- ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସମ୍ଭାବ୍ୟ ଦୁଇ ଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜ ଭବନରେ ଉକ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ପୁରୀଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଶରଧାବାଲି ଠାରେ ଶ୍ରୀ ଚୈତନ୍ୟ ଗୌଡିୟ ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟସୂଚୀ ରହିଛି । ଏଥିନିମନ୍ତେ ଅଧିକାରୀ ମାନଙ୍କୁ ବିଭିନ୍ନ ଦାୟିତ୍ବ ପ୍ରଦାନ କରାଯାଇଛି । ହେଲିପ୍ୟାଡ, ଶ୍ରୀମନ୍ଦିର, ରାଜଭବନ ଏବଂ ଶରଧାବାଲିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଓ ଯାଞ୍ଚ, ନିରବର୍ଛିନ ବିଦ୍ୟୁତ ସେବା, ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ମୁତୟନ, ଆତିଥେୟତା ଆଦି ସଂପର୍କରେ ଆଲୋଚନା ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ ଭବନରେ ସମସ୍ତ ପ୍ରସ୍ତୁତି ଯୋରଦାର କରାଯାଇଛି । ଆନୁଷଙ୍କିକ ବ୍ୟବସ୍ଥା ନେଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଅବସରରେ ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ରାଜ୍ୟପାଳଙ୍କ କମ୍ପଟ୍ରୋଲର ଶ୍ରୀ ଗୌତମ ଚୌଧୁରୀ, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ ମହାପାତ୍ର, ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଶ୍ରୀ ପ୍ରଶାନ୍ତ କୁମାର ଜେନା, ଶ୍ରୀ ଗୋପିନାଥ ମିଶ୍ର, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ବିଶ୍ବନାଥ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

]]>
1627
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ https://xn--ohcef7hqc8d.xn--3hcrj9c/%e0%ac%aa%e0%ad%8d%e0%ac%b0%e0%ac%a5%e0%ac%ae-%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%be%e0%ad%9f-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8/ Tue, 15 Feb 2022 13:16:02 +0000 https://xn--ohcef7hqc8d.xn--3hcrj9c/?p=1625 ତା.୧୫.୦୨.୨୦୨୨- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା କାଲି କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକର ୭୪ଟି ଗ୍ରାମ ପଞ୍ଚାୟତ ଓ ୮ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ହେବ । ତିନୋଟି ବ୍ଲକର ୩,୦୮,୨୪୧ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ପୋଲିଂ ପାର୍ଟି ମାନେ ସେମାନଙ୍କ ୱାର୍ଡରେ ଗତକାଲି ଠାରୁ ପହଞ୍ଚି ମତଦାନ ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି । ମତଦାନ ନିମନ୍ତେ ଅ‍ାନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ପୋଲିଂ ପାର୍ଟିକୁ ସହଯୋଗ କରିବାକୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ପରାମର୍ଶ ଦିଆଯାଇଛି । କୃଷ୍ଣପ୍ରସାଦର ଚିଲିକା ମଧ୍ୟରେ ଥିବା ୧୪ଟି ପଞ୍ଚାୟତ ନିମନ୍ତେ ପୋଲିଂପାର୍ଟି ମାନଙ୍କ ପାଇଁ ଭେସେଲ ଏବଂ ଯନ୍ତ୍ରଚାଳିତ ଦେଶୀ ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା । କୃଷ୍ଣପ୍ରସାଦରେ ୧୬ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଥିବା ବେଳେ ବ୍ରହ୍ମଗିରିରେ ୨୫ ଓ କଣାସ ପାଇଁ ୨୮ ଜଣ ସେକ୍ଟର ଅଫିସର ଅଛନ୍ତି । ଉକ୍ତ ତିନୋଟି ବ୍ଲକରେ ୨୨୪ଟି ସମ୍ବେଦନଶୀଳ ବୁଥ ରହିଛି । ଅବାଧ ଓ ସ୍ବଚ୍ଛ ନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ସକାଳ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମତଦାନ ହେବ ।

]]>
1625
ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଲେ ଛାତ୍ରଛାତ୍ରୀ https://xn--ohcef7hqc8d.xn--3hcrj9c/%e0%ac%ac%e0%ac%bf%e0%ac%ad%e0%ac%bf%e0%ac%a8%e0%ad%8d%e0%ac%a8-%e0%ac%90%e0%ac%a4%e0%ac%bf%e0%ac%b9%e0%ad%8d%e0%ad%9f%e0%ac%b8%e0%ad%8d%e0%ac%a5%e0%ac%b3%e0%ad%80-%e0%ac%ac%e0%ad%81%e0%ac%b2%e0%ac%bf/ Sun, 13 Feb 2022 13:02:42 +0000 https://xn--ohcef7hqc8d.xn--3hcrj9c/?p=1512 ପୁରୀ, ତା. ୧୩/୦୨: ହେରିଟେଜ ରାଇଡରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଭଗବତୀ ବିଦ୍ୟାନିକେତନ, ବିନାୟକ ବିଦ୍ୟାମନ୍ଦିର ଏବଂ ସରସ୍ବତୀ ଶିଶୁବିଦ୍ୟାମନ୍ଦିର, ଘୋଡାବଜାରର ୪୦ ଜଣ ଛାତ୍ରଛାତ୍ରୀ ତିନୋଟି ଗଲ୍ଫକାର୍ଟ ମାଧ୍ୟମରେ ପୁରୀ ପୌରସଂସ୍ଥା, ଶଙ୍କରାଚାର୍ଯ୍ୟ ମଠ ଦେଇ ଗଙ୍ଗାମାତା ମଠ, ସିଦ୍ଧବକୁଳ ମଠ, ରାଧାକାନ୍ତ ମଠ, ବାଉଳି ମଠ, ତୋଟା ଗୋପିନାଥ ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ ।

Puri Image 2022 02 13 at 18.22.59

ବ୍ଲୁ ଫ୍ଲାଗ ବିଚରେ ସେମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି ।

Puri Image 2022 02 13 at 18.22.5

ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଗାଇଡ ଶିକ୍ଷକ ଭାବେ ଶ୍ରୀ ଲକ୍ଷୀଧର ମାଝୀ, ଶ୍ରୀ କାଳନ୍ଦୀ ଚରଣ ସାହୁ, ଗାଇଡ ଶ୍ରୀ ସିଦ୍ଧାର୍ଥ ଆଚାର୍ଯ୍ୟ, ଶ୍ରୀ ଶାନ୍ତି ରଞ୍ଜନ ମିଶ୍ର, ଶ୍ରୀ ସତ୍ୟବ୍ରତ ସାହୁ, ସୁଶ୍ରୀ ମଞ୍ଜୁଶ୍ରୀ ସେନ, ଶ୍ରୀ ପ୍ରମୋଦ ଆଚାର୍ଯ୍ୟ, ବେୟାରଫୁଟ ଅନୁଷ୍ଠ‍ନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

WhatsApp Image 2022 02 13 at 18.22.59
]]>
1512
ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ https://xn--ohcef7hqc8d.xn--3hcrj9c/%e0%ac%86%e0%ac%b8%e0%ac%a8%e0%ad%8d%e0%ac%a4%e0%ac%be-%e0%ad%a7%e0%ad%ac-%e0%ac%a4%e0%ac%be%e0%ac%b0%e0%ac%bf%e0%ac%96%e0%ac%b0%e0%ad%87-%e0%ac%aa%e0%ad%8d%e0%ac%b0%e0%ac%a5%e0%ac%ae-%e0%ac%aa/ Sun, 13 Feb 2022 10:50:17 +0000 https://xn--ohcef7hqc8d.xn--3hcrj9c/?p=1502 କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ହେବ ଏହି ପର୍ଯ୍ଯାୟ ନିର୍ବାଚନ

ଆସନ୍ତାକାଲି ପହଞ୍ଚିବେ ପୋଲିଂ ପାର୍ଟି

ପୁରୀ, ତା. ୧୩/୦୨- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ହେବ ଏହି ପର୍ଯ୍ଯାୟରେ ନିର୍ବାଚନ । କୃଷ୍ଣପ୍ରସାଦ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୪୦ଟି ୱାର୍ଡ, ୨ଟି ଜିଲ୍ଲା ପରିଷଦ ଜୋନ, ବ୍ରହ୍ମଗିରିର ୨୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୩୭୪ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ଏବଂ କଣାସ ବ୍ଲକର ୨୮ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୩୫୯ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ହେବ । ତିନୋଟି ବ୍ଲକର ୭୪ଟି ଗ୍ରାମ ପଞ୍ଚାୟତର ୯୭୩ଟି ୱାର୍ଡ ଓ ୮ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ହେବ । କୃଷ୍ଣପ୍ରସାଦ ବ୍ଲକରେ ୫୬ ଜଣ ସରପଞ୍ଚ, ୪୯ ଜଣ ସମିତି ସଭ୍ୟ, ୩୬୬ ଜଣ ୱାର୍ଡମେମ୍ବର, ୧୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ବ୍ରହ୍ମଗିରି ବ୍ଲକରେ ୯୩ ଜଣ ସରପଞ୍ଚ, ୬୮ ଜଣ ସମିତି ସଭ୍ୟ, ୬୯୭ ଜଣ ୱାର୍ଡମେମ୍ବର, ୧୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ କଣାସ ବ୍ଲକରେ ୯୩ ଜଣ ସରପଞ୍ଚ, ୯୦ ଜଣ ସମିତି ସଭ୍ୟ, ୭୦୩ ଜଣ ୱାର୍ଡମେମ୍ବର, ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟରେ କୃଷ୍ଣପ୍ରସାଦ ବ୍ଲକରେ ୭୩୫୯୨ ଜଣ ଭୋଟର, ବ୍ରହ୍ମଗିରିରେ ୧୧୫୩୧୨ ଏବଂ କଣାସର ୧୧୯୩୩୭ଙ୍କୁ ମିଶାଇ ମୋଟ ୩୦୮୨୪୧ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତାକାଲି ତଥା ୧୪ ତାରିଖରେ ପୋଲିଂ ପାର୍ଟିମାନେ ସଂପୃକ୍ତ ବ୍ଲକରେ ରିପୋର୍ଟିଂ କରିବା ପରେ ସେମାନଙ୍କ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ବିଶେଷ ଭାବେ କୃଷ୍ଣପ୍ରସାଦର ଚିଲିକା ମଧ୍ୟରେ ଥିବା ୧୪ଟି ପଞ୍ଚାୟତରେ ମତଦାନ ନିମନ୍ତେ ପୋଲିଂ ପାର୍ଟିମାନେ ଯିବା ଆସିବା ପାଇଁ ଭେସେଲ ବ୍ୟବସ୍ଥା କରିବା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ଏଥିସହ ଯନ୍ତ୍ରଚାଳିତ ଦେଶୀ ଡଙ୍ଗା ବ୍ୟବସ୍ଥା କରିବାକୁ କୃଷ୍ଣପ୍ରସାଦ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ସଂପୃକ୍ତ ବ୍ଲକରେ ଭୋଟ ଗଣତି ହେବ ।

]]>
1502
ମହାମହିମ ରାଷ୍ଟ୍ରପତିଙ୍କ ସମ୍ଭାବ୍ୟ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି https://xn--ohcef7hqc8d.xn--3hcrj9c/%e0%ac%ae%e0%ac%b9%e0%ac%be%e0%ac%ae%e0%ac%b9%e0%ac%bf%e0%ac%ae-%e0%ac%b0%e0%ac%be%e0%ac%b7%e0%ad%8d%e0%ac%9f%e0%ad%8d%e0%ac%b0%e0%ac%aa%e0%ac%a4%e0%ac%bf%e0%ac%99%e0%ad%8d%e0%ac%95-%e0%ac%b8%e0%ac%ae/ Sat, 12 Feb 2022 14:28:43 +0000 https://xn--ohcef7hqc8d.xn--3hcrj9c/?p=1440 ପୁରୀ- ୧୨/୦୨: ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସମ୍ଭାବ୍ୟ ଦୁଇ ଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ପୁରୀଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଶ୍ରୀ ଚୈତନ୍ୟ ଗୌଡୀୟ ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟସୂଚୀ ରହିଛି । ଏଥିନିମନ୍ତେ ଅଧିକାରୀ ମାନଙ୍କୁ ବିଭିନ୍ନ ଦାୟିତ୍ବ ପ୍ରଦାନ କରାଯାଇଛି । ହେଲିପ୍ୟାଡ, ଶ୍ରୀମନ୍ଦିର, ରାଜଭବନ ଏବଂ ଶରଧାବାଲିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଓ ଯାଞ୍ଚ, ନିରବର୍ଛିନ ବିଦ୍ୟୁତ ସେବା, ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ମୁତୟନ, ଆତିଥେୟତା ଆଦି ସଂପର୍କରେ ଆଲୋଚନା ହୋଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ୪୦ ପ୍ଲାଟୁନ ପୋଲିସ ଏବଂ ୨୦୦ ଅଧିକାରୀ ମୁତୟନ ହେବେ ବୋଲି ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ କହିଛନ୍ତି ।
ଏହି ଅବସରରେ ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିଅରୀ ଡଃ ସୁଜାତା ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇ, ଶ୍ରୀ ଚୈତନ୍ୟ ଗୌଡୀୟ ମଠର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

]]>
1440
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ପରାମର୍ଶ https://xn--ohcef7hqc8d.xn--3hcrj9c/%e0%ac%a4%e0%ad%8d%e0%ac%b0%e0%ac%bf%e0%ac%b8%e0%ad%8d%e0%ac%a4%e0%ac%b0%e0%ad%80%e0%ad%9f-%e0%ac%aa%e0%ac%9e%e0%ad%8d%e0%ac%9a%e0%ac%be%e0%ad%9f%e0%ac%a4-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac/ Sat, 12 Feb 2022 14:24:15 +0000 https://xn--ohcef7hqc8d.xn--3hcrj9c/?p=1437 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲ୍ଲାରେ ଆସନ୍ତା ୧୬ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଭୋଟ ଦେବା ନିମନ୍ତେ ଭୋଟର ପରିଚୟ ପତ୍ର ବ୍ୟତୀତ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବୈଧ ଥିବା ଅନ୍ୟ ୧୩ଟି ପ୍ରମାଣପତ୍ର ମଧ୍ୟରୁ ଯେ କୌଣସି ଗୋଟିଏକୁ ପରିଚୟପତ୍ର ଭାବେ ଦର୍ଶାଇ ଭୋଟର ମାନେ ମତଦାନ କରିପାରିବେ । ଉକ୍ତ ପ୍ରମାଣପତ୍ର ମଧ୍ୟରେ ଆଧାର କାର୍ଡ, ଏମଜି ନରେଗା କାର୍ଡ, ଫଟୋ ଥାଇ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ପକ୍ଷରୁ ଜାରି ପାସବୁକ, ପେନସନ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଭାରତୀୟ ପାସପୋର୍ଟ, ଛାତ୍ରଛାତ୍ରୀ ପରିଚୟ ପତ୍ର ଆଦି ରହିଛି । ଏତଦବ୍ୟତୀତ ପ୍ରତ୍ୟେକ ମତଦାନ କେନ୍ଦ୍ରରେ କୋଭିଡ ନୀୟମାବଳୀ ଅନୁପାଳନ କରିବାକୁ ଭୋଟର ମାନଙ୍କୁ ପରାମର୍ଶ ଦିଆଯାଇଛି । ମାସ୍କ ବ୍ୟବହାର ଏବଂ ପରସ୍ପର ମଧ୍ୟରେ ୬ ଫୁଟ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ନିର୍ଦ୍ଦେଶ ରହିଛି । ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଭୋଟର ମାନଙ୍କୁ ପରାମର୍ଶ ଦିଆଯାଇଛି ।

]]>
1437
କୃମି ନାଶକ ସପ୍ତାହ ଅଭିଯାନ ଶୁଭାରମ୍ଭ https://xn--ohcef7hqc8d.xn--3hcrj9c/%e0%ac%95%e0%ad%83%e0%ac%ae%e0%ac%bf-%e0%ac%a8%e0%ac%be%e0%ac%b6%e0%ac%95-%e0%ac%b8%e0%ac%aa%e0%ad%8d%e0%ac%a4%e0%ac%be%e0%ac%b9-%e0%ac%85%e0%ac%ad%e0%ac%bf%e0%ac%af%e0%ac%be%e0%ac%a8-%e0%ac%b6/ Thu, 10 Feb 2022 11:14:36 +0000 https://xn--ohcef7hqc8d.xn--3hcrj9c/?p=1319 ପୁରୀ- ତା. ୧୦.୦୨.୨୦୨୨- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜିଲ୍ଲାରେ ଜାତୀୟ କୃମି ନାଶକ ସପ୍ତାହ ପାଳନର ଶୁଭାରମ୍ଭ କରିଛନ୍ତି । ଶ୍ରୀକ୍ଷେତ୍ର କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଜିଲ୍ଲାରେ ଏହି ଅଭିଯାନ ଚଳିତବର୍ଷ ଆରମ୍ଭ କରାଯାଇଛି । ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ ଏକରୁ ୧୯ ବର୍ଷ ବୟସ ପିଲାମାନଙ୍କୁ ଆଲବେନଡାଜୋଲ ସିରପ୍ (Albendazola Oral Suspension),ଆଲବେନଡାଜୋଲ ବଟିକା ଏବଂ ଭିଟାମିନ -ଏ ସିରପ୍ ପ୍ରଦାନ କରାଯିବ । ଜିଲ୍ଲାରେ ୫ ଲକ୍ଷ ୪୭ ହଜାର ୯୯୮ ଜଣ ପିଲା ଏଥିରେ ସାମିଲ ହେବାର ଲକ୍ଷ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୧ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ୧୦୨୮୮୯ ଏବଂ ୬ ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ୪୪୫୧୦୯ ଜଣ ପିଲା ଅଛନ୍ତି । ଆଶା, ଅଙ୍ଗନୱାଡି କର୍ମୀ, ଏଏନଏମ୍ ମାନେ ଘର ଘର ବୁଲି ପିଲାମାନଙ୍କୁ ବୁନ୍ଦା ଓ ବଟିକା ପ୍ରଦାନ ସହ ସଚେତନତା ସୃଷ୍ଟି କରିବେ । ଚଳିତ ଅଭିଯାନରେ ଶତ ପ୍ରତିଶତ ହାସଲ କରିବାକି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡଃ ସୁଜାତା ମିଶ୍ର, ଡିପିଏମ୍ ଟି.ନାରାୟଣ ରାଓ, ଏପିଏମ ଶ୍ରୀ ସନ୍ତୋଷ ମିଶ୍ର, ଡିଏମଆରସିଏଚ୍ ଶ୍ରୀ ପ୍ରଶାନ୍ତ କୁମାର ବରାଳ, ଆଶା, ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

]]>
1319