ସୁଦର୍ଶନ ସାହୁ – କଳିଙ୍ଗ.ଭାରତ https://xn--ohcef7hqc8d.xn--3hcrj9c ଓଡିଶାର ଟିକିନିଖି ଖବର Tue, 01 Mar 2022 15:06:15 +0000 en-US hourly 1 https://wordpress.org/?v=6.6.2 https://i0.wp.com/xn--ohcef7hqc8d.xn--3hcrj9c/wp-content/uploads/2022/03/cropped-KB_Favicon.jpg?fit=32%2C32&ssl=1 ସୁଦର୍ଶନ ସାହୁ – କଳିଙ୍ଗ.ଭାରତ https://xn--ohcef7hqc8d.xn--3hcrj9c 32 32 205229502 ଭାରତ ଓ ବେଦାନ୍ତ : ବୁଦ୍ଧ https://xn--ohcef7hqc8d.xn--3hcrj9c/%e0%ac%ad%e0%ac%be%e0%ac%b0%e0%ac%a4-%e0%ac%93-%e0%ac%ac%e0%ad%87%e0%ac%a6%e0%ac%be%e0%ac%a8%e0%ad%8d%e0%ac%a4-%e0%ac%ad%e0%ac%be%e0%ac%97%e0%ad%a8/ Sun, 27 Feb 2022 15:32:08 +0000 https://xn--ohcef7hqc8d.xn--3hcrj9c/?p=2195 ବୁଦ୍ଧ ଈଶ୍ଵରଙ୍କ ସ୍ଥିତି ସଂପର୍କରେ ନୀରବ ଥିଲେ। ଆତ୍ମା ବା ଈଶ୍ଵର ଅଛନ୍ତି କି ନା ସେ କିଛି କହି ନଥିଲେ। ନିରଞ୍ଜନା ନଦୀତଟରେ ସେ ନିର୍ବାଣ ପ୍ରାପ୍ତ ହେଇଥିଲେ। ନିର୍ବାଣ କ’ଣ ବୋଲି ଶିଷ୍ୟମାନଙ୍କ‌ ପ୍ରଶ୍ନର ଉତ୍ତର ନଦେଇ ସେ ନୀରବ ରହିଥିଲେ। ଆଜି ବୁଦ୍ଧ ଭଗବାନଙ୍କ ନବମ ଅବତାର ରୂପେ ପୂଜିତ। ନିରଞ୍ଜନା ତଟରେ ସିଦ୍ଧି ପ୍ରାପ୍ତି ବେଳେ ସେ ଭୂମିକୁ ଛୁଇଁ ସାକ୍ଷୀ ରଖିଥିଲେ, ଯାହାର ମୂର୍ତ୍ତିମନ୍ତ ରୂପ ହେଉଛି ଭୂମିସ୍ପର୍ଶ ମୁଦ୍ରା । ଅଥଚ କ’ଣ ଅନୁଭବ କରି ସେ‌ ନିର୍ବାଣ ଲାଭ କଲେ ବୋଲି କହିବାକୁ ଅସମର୍ଥ ହୋଇ ନୀରବ ରହିଥିଲେ। ସ୍ଵୟଂ ଅବତାର ନିଜେ ଈଶ୍ଵରଙ୍କ ପରମ ଆଧ୍ୟାତ୍ମିକ ସ୍ଵରୂପ ବଖାଣିବାରେ ଯେଉଁଠି ଅସମର୍ଥ, ସାଧାରଣ ମଣିଷ ସେହି ତତ୍ତ୍ଵ ବଖାଣି ଜନ ମାନସକୁ ହୃଦବୋଧ କରାଇ ଜାଗ୍ରତ ଅବସ୍ଥାକୁ ଆଣିବା ଯେ କେତେ ଦୁଃସାଧ୍ୟ ବ୍ୟାପାର ତାହା ଯେ କୌଣସି ଚେତନଶୀଳ ମଣିଷ ହୃଦୟଙ୍ଗମ କରିପାରିବ।


ଏଥିପାଇଁ କଠ ଉପନିଷଦ (୧:୨:୭) କହିଛନ୍ତି, ଏହି ତତ୍ତ୍ଵ ଶୁଣିବାକୁ ବହୁଳ ଦୁର୍ଲ୍ଲଭ। ଶୁଣି ଶୁଣି ମଧ୍ୟ ବହୁଳ ଏହାକୁ ଜାଣିପାରନ୍ତି ନାହିଁ। ଯେଉଁ ପୁରୁଷ ଜ୍ଞାନ ବଳରେ ଏହାକୁ ବୁଝାଇବାକୁ ଉଦ୍ୟମ କରନ୍ତି ( ‘ଆଶ୍ଚର୍ଯ୍ୟୋ ବକ୍ତା କୁଶଳୋ ଅସ୍ୟ ଲବ୍ଧା’) ସେ ହେଉଛନ୍ତି ଆଶ୍ଚର୍ଯ୍ୟମୟ। ଯେଉଁ ମଣିଷ ଏହା ଶୁଣି ଜ୍ଞାନ ଲାଭ କରେ ( ‘ଆଶ୍ଚର୍ଯ୍ୟୋ ଜ୍ଞାତା କୁଶଳାନୁଶିଷ୍ଟଃ’ ) ସେ ମଧ୍ୟ ଆଶ୍ଚର୍ଯ୍ୟମୟ।


ଉପନିଷଦ ହେଉଛି ସନାତନ ଚେତନାର ପ୍ରାଣକେନ୍ଦ୍ର। ବକ୍ତା ଓ ଶ୍ରୋତାଙ୍କ ମଧ୍ୟରେ ଏହି ‘ଆଶ୍ଚର୍ଯ୍ୟମୟ’ ତଥ୍ୟଟିକୁ ବିଶ୍ଳେଷଣ କରି ଈଶ୍ଵରଙ୍କୁ ଆବିଷ୍କାର କରିବାର ସମୟ ଓ ପରିବେଶ କେବେ ଆସିବ ତାହା ଭଗବାନଙ୍କ ଇଛା ଉପରେ ନିର୍ଭର କରେ।

]]>
2195
ଭାରତ ଓ ବେଦାନ୍ତ : ସ୍ଵାମୀ ବିବେକାନନ୍ଦ https://xn--ohcef7hqc8d.xn--3hcrj9c/%e0%ac%ad%e0%ac%be%e0%ac%b0%e0%ac%a4-%e0%ac%93-%e0%ac%ac%e0%ad%87%e0%ac%a6%e0%ac%be%e0%ac%a8%e0%ad%8d%e0%ac%a4/ Sun, 27 Feb 2022 01:59:37 +0000 https://xn--ohcef7hqc8d.xn--3hcrj9c/?p=2162 ୧୮୯୩ ଡ଼ିସେମ୍ବରରେ ଚିକାଗୋ ସମ୍ମିଳନୀରେ ସ୍ଵାମୀ ବିବେକାନନ୍ଦ ବେଦାନ୍ତ ତତ୍ତ୍ଵ ବିଷୟରେ ଯାହା କହିଲେ, ବିଶ୍ଵର ଧର୍ମପଣ୍ଡିତମାନେ ଅଭିଭୂତ ହୋଇ ପଚାରିଲେ, ” ଏ କଥା ଆଗରୁ କେହି ଆମମାନଙ୍କୁ କହି ନଥିଲେ କାହିଁକି ?”

ଭାରତର ଧର୍ମ ଓ ସଂସ୍କୃତି ଗବେଷଣା ପାଇଁ ଇଂରେଜମାନଙ୍କ ଦ୍ଵାରା ତାହାର ୧୧୭ ବର୍ଷ ଆଗରୁ ୧୭୭୬ରେ କଲିକତାରେ ‘ ଏସିଆଟିକ୍ ସୋସାଇଟି ଅଫ୍ ଇଣ୍ଡିଆ’ ପ୍ରତିଷ୍ଠିତ ହୋଇ ଆମେରିକା, ଇଂଲଣ୍ଡ ସମେତ ବହୁ ଦେଶରେ ଏହାର ଶାଖା ପ୍ରତିଷ୍ଠିତ ହୋଇ ଭାରତର ଧର୍ମ ଓ ସଂସ୍କୃତି ବିଷୟରେ ପ୍ରଚାର ପ୍ରସାର ହେଉଥାଏ। ଅଥଚ ଉପନିଷଦ ତତ୍ତ୍ଵ କେହି ଖୋଲି ନଥିଲେ, ଯାହା ସନାତନ ଚେତନାର ପ୍ରାଣବିନ୍ଦୁ। ୧୧୭ ବର୍ଷ କାଳ ମଧ୍ୟରେ ପାଶ୍ଚାତ୍ୟ ଜଗତର କେହି ଉପନିଷଦ (ବେଦାନ୍ତ) କ’ଣ ଜାଣି ନଥିଲେ। ବିଶ୍ଵର ଧର୍ମପଣ୍ଡିତମାନଙ୍କୁ ଚକିତ କରି କରି‌ ସ୍ଵାମିଜୀ ତିନି ବର୍ଷ କଟାଇ ଦେଲେ। ଅସଲ ରହସ୍ୟ ହେଲା ପାଶ୍ଚାତ୍ୟର ଜଣେ ହେଲେ କେହି ଉପନିଷଦ ଭିତରେ ପଶିବାକୁ ସମର୍ଥ ହେଇନଥିଲେ। ( ଏ କଥା International Theosophy Society ର‌ ପ୍ରତିଷ୍ଠାତା H P Blavatsky ତାଙ୍କ ଗ୍ରନ୍ଥ The Secret Doctrine ରେ ଲେଖିଛନ୍ତି।) ଏବେ ଆସନ୍ତୁ ସନାତନ ଚେତନାର ମୂଳପୀଠ ଭାରତ କଥା ଦେଖିବା।

ଉପନିଷଦ ସମୁଦାୟ ହେଉଛି କେବଳ ଆତ୍ମ ଜ୍ଞାନ (ବ୍ରହ୍ମ ତତ୍ତ୍ଵ)ର
ଭଣ୍ଡାର। ଉପନିଷଦ ରଚନା କାଳରେ ଲୋକମାନଙ୍କର ଆଜି ଅପେକ୍ଷା ଉଚ୍ଚତର ଐଶ୍ଵରିକ ଚେତନା ଥାଇ ମଧ୍ୟ କଠ ଉପନିଷଦ କହିଛନ୍ତି, ‘ଶ୍ରବଣାୟାପି ବହୁଭିର୍ଯ୍ୟୋ ନ ଲଭ୍ୟଃ’- ଆତ୍ମ ତତ୍ତ୍ଵ ଶୁଣିବାକୁ ମିଳିବା ନିତାନ୍ତ ବିରଳ। ପୁଣି କହିଛନ୍ତି,‌ ‘ ଶୃଣ୍ଵନ୍ତୋ ଅପି ବହବୋ ନ ବିଦୁଃ’ – ଶୁଣି କରି ମଧ୍ୟ ବହୁଳ ଲୋକଙ୍କର ଏହା ଜ୍ଞାନରେ ପ୍ରବେଶ କରିପାରେ ନାହିଁ।
ପୁଣି କହିଛନ୍ତି, ‘ ଆଶ୍ଚର୍ଯ୍ୟୋ ବକ୍ତା କୁଶଳୋ ଅସ୍ୟ ଲବ୍ଧା’ – ଏହି ତତ୍ତ୍ଵ ବର୍ଣ୍ଣନା କରିବା ମହାପୁରୁଷ ହେଉଛନ୍ତି ଆଶ୍ଚର୍ଯ୍ୟମୟ‌ ଓ ଅତ୍ୟନ୍ତ ଦୁର୍ଲ୍ଲଭ। ମନ୍ତ୍ର ଶେଷରେ କହିଛନ୍ତି ଯେ ଏହି ଜ୍ଞାନୀ ପୁରୁଷଙ୍କୁ ଠାରୁ ଶିକ୍ଷାପ୍ରାପ୍ତ
ସଫଳ ଶିଷ୍ୟ ମଧ୍ୟ ଆଶ୍ଚର୍ଯ୍ୟମୟ। ଆଜି ସନାତନ ଜଗତରେ ଆତ୍ମତତ୍ତ୍ଵ ଜ୍ଞାନୀ ମହାପୁରୁଷ ଓ ଜ୍ଞାନ ବୁଭୁକ୍ଷୁ ଶିଷ୍ୟ ପ୍ରାୟତଃ ନାହାନ୍ତି।

…କ୍ରମଶଃ…

]]>
2162