ନୂଆଦିଲ୍ଲୀ, ୧୪|୦୨: ପିଏସ୍ ଏଲ୍ ଭି-ସି୫୨ର ସଫଳ ପରୀକ୍ଷଣ । ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା , ଇସ୍ରୋ ତାର ପ୍ରଥମ ମିଶନ ଲଞ୍ଚ କରି ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ବର୍ଷ ନିଜର ପ୍ରଥମ ମହାକାଶ ମିଶନ ଆରମ୍ଭ କରିଛି । ଆଜି ଭୋର ସକାଳ ୫ଟା ୫୯ ମିନିଟରେ ସତୀଶ ଧୱନ ମହାକାଶ କେନ୍ଦ୍ର ଠାରୁ PSLV-C 52 ସାଟଲାଇଟ୍ ଉତ୍କ୍ଷେପଣ କରିଛି । ଇସ୍ରୋ ସୋମବାର ମିଶନ ବଳରେ ୩ଟି ସେଟଲାଇଟ୍ ଉତ୍କ୍ଷେପଣ କରିଛି । ଏଥିରୁ ଗୋଟିଏ ହେଲା EOS-04 । ଏହି ସାଟଲାଇଟ୍ କୃଷି, ବୃକ୍ଷ ରୋପଣ, ଜଳ ବିଜ୍ଞାନ ଓ ପାଣିପାଗର ସ୍ଥିତି ସଂପର୍କରେ ଫଟୋ ପଠାଇବା ପାଇଁ ଡିଜାଇନ କରାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅନୁସାରେ ଏହି ସାଟଲାଇଟ୍ର ଉତ୍କ୍ଷେପଣ ଦ୍ୱାରା ଇସ୍ରୋର ଯୋଜନାକୁ ଅଧିକ ବଳ ମିଳିବ । ଏଥି ସହିତ ମହାକାଶ ସଂସ୍ଥାର ଲକ୍ଷ ଚନ୍ଦ୍ରଯାନ-୩ ଓ ଗଗନଯାନ ସହିତ ୧୯ଟି ସାଟଲାଇଟ୍ ଲଞ୍ଚ କରିବ ।
-Advertisement-
-Advertisement-